November 22, 2024

Satya News

odia news channel

ଓଡିଶାରେ କମିଛି ସଂକ୍ରମଣ, ମୁକାବିଲା ପାଇଁ ୧୫ ଦିନିଆ ପ୍ଲାନ୍‌ ପ୍ରସ୍ତୁତ

 

ଭୁବନେଶ୍ୱର ୦୧।୦୮: ଓଡିଶା ସମେତ ୧୦ ରାଜ୍ୟରେ ସଂକ୍ରମଣ ବୃଦ୍ଧି ନେଇ କେନ୍ଦ୍ର ରିପୋର୍ଟ ମାଗିବା ପ୍ରସଙ୍ଗ। ଓଡ଼ିଶାରେ ସଂକ୍ରମଣ କମିବାରେ ଲାଗିଛି। ଆମ ରାଜ୍ୟ ଭଲ ସ୍ଥିତିରେ ଅଛି। ସାରା ରାଜ୍ୟରେ ଦୈନିକ ସଂକ୍ରମଣ ହାର ୨ ପ୍ରତିଶତ ଥିବାବେଳେ କେବଳ ଖୋର୍ଦ୍ଧାରେ ୩ ପ୍ରତିଶତ ଉପରେ ରହୁଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗୋଟିଏ ମାସର ପଜିଟିଭ ସଂଖ୍ୟା ଏବଂ ଡେଥ ରିପୋର୍ଟକୁ ନେଇ  ରାଜ୍ୟରେ ସଂକ୍ରମଣ ବଢୁଛି ବୋଲି କହୁଛନ୍ତି । କିନ୍ତୁ  ବର୍ତ୍ତମାନ ରାଜ୍ୟରେ  ଡେଥ  ଅଡିଟ ଚାଲିଛି । ସେଥିପାଇଁ ଦିନକୁ ୬୦ ଜଣଙ୍କର ଡେଥ ହେଉଥିବା ରିପୋର୍ଟ ଆସୁଛି ।  ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ଜଣାଇ ଦିଆଯାଇଛି । କୋଭିଡ ମୁକାବିଲା ପାଇଁ ଆଗାମୀ ୧୫ ଦିନର ପ୍ଲାନ କେନ୍ଦ୍ର ସରକାରଙ୍କୁ ଦିଆସାରିଛି । ନିୟମିତ କେନ୍ଦ୍ରକୁ ରିପୋର୍ଟ ଦିଆଯାଉଛି । ଅଗଷ୍ଟ ମାସରେ ପ୍ରତିଦିନ ୭୦ହଜାର ଟେଷ୍ଟ କରାଯିବ । ଯାହାର ବି ଜ୍ୱର ବା କରୋନା ଲକ୍ଷଣ ଦେଖାଯିବ ସମସ୍ତଙ୍କର ଟେଷ୍ଟ କରାଯିବ।  ସର୍ଭିଲାନ୍ସକୁ  ଜୋରଦାର କରାଯାଉଛି

Spread the love