
ଚଣ୍ଡିଖୋଲ ୩।୮: ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ସହ ଜଣେ ଅଟକ । ଯାଜପୁର ଜିଲ୍ଲା ଛତିଆ ନିକଟ ବିଦ୍ୟାଧରପୁର ଅଞ୍ଚଳରୁ ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ ହୋଇଛି । ଯାଜପୁର ଜିଲ୍ଲା ବୈରୀ ପୋଲିସ ବିଦ୍ୟାଧରପୁରଠାରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଜର୍ଦ୍ଦା ଜବତ କରିଛି । ଦୀର୍ଘ ଦିନ ଧରି ବିଦ୍ୟାଧରପୁର ଅଂଚଳରେ ନକଲି ଜର୍ଦ୍ଦା କାରବାର ଚାଲୁ ରହିଛି । ପୂର୍ବରୁ ମଧ୍ୟ ପୋଲିସ ଚଢ଼ାଉ କରି ନକଲି ଜର୍ଦ୍ଦା ଜବତ କରିଥିଲା ।
ବିଦ୍ୟାଧରପୁର ଅଂଚଳରେ ବିଭିନ୍ନ ନାମୀ ଦାମୀ ଜର୍ଦ୍ଦା କମ୍ପାନୀର ନକଲି କରି ସେଥିରେ ବିଭିନ୍ନ ପ୍ରକାଶ ମିଶ୍ରଣ କରାଯାଇ ବଜାରକୁ ବିକ୍ରି କରାଯାଉଛି । ଯାହା ଉପରେ ପୋଲିସ ଚଢ଼ାଉ କରିଛି । ବସ୍ତାରେ ନକଲି ଜର୍ଦ୍ଦା, ମେସିନ, ଏଥିରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣାରେ ଜଣକୁ ଅଟକ ରଖି ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି । ଜର୍ଦ୍ଦାର ପରିମାଣ ପାଖାପାଖି ୫ କ୍ବିଣ୍ଟାଲ ହେବ । ଲକ୍ଷାଧିକ ଟଙ୍କାର ହେବ ବୋଲି ଜଣାପଡିଛ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍