ଜଗତସିଂହପୁର ୫।୮: ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତି ପୀଠ ଝଙ୍କଡ଼ ସ୍ଥିତ ମା’ ଶାରଳାଙ୍କ ପୀଠ ଓ କେରେକେରା ସ୍ଥିତ ପ୍ରସିଦ୍ଧ ଗୋରେଖନାଥ ପୀଠ ଶୁକ୍ରବାରଠାରୁ କୋଭିଡ୍ କଟକଣା ଭିତରେ ଖୋଲାଯିବ । ଏହା ସହିତ ଜିଲ୍ଲାର ଅନ୍ୟ ସମସ୍ତ ମନ୍ଦିର ମଧ୍ୟ କୋଭିଡ୍ କଟକଣା ଭିତରେ ଖୋଳାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି ।
ଗୁରୁବାର ଏ ସଂକ୍ରାନ୍ତରେ ଜଗତସିଂହପୁର ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସଦଭାବନା ସଭାଗୃହଠାରେ ସେବାୟତମାନଙ୍କ ସହିତ ଆୟୋଜିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁମାନଙ୍କ ଦର୍ଶନ ନିମନ୍ତେ ଯେପରି ଭିଡ଼ ନଜମିବ ଓ କୋଭିଡ୍ କଟକଣାକୁ କଡାକଡି ଭାବରେ ପାଳନକୁ ଗୁରୁତ୍ବ ଦିଆଯିବ ।
ଶ୍ରଦ୍ଧାଳୁମାନଙ୍କ ଦର୍ଶନ ସମୟରେ ମାସ୍କ ପରିଧାନ ଓ ସାମାଜିକ ଦୂରତା ଉପରେ ଗୁରୁତ୍ବ ଦିଆଯିବା ସହିତ ଗର୍ଭଗୃହକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ବାରଣ କରାଯାଇଛି । ଥଣ୍ଡା, କାଶ ଆଦି ଲକ୍ଷଣ ଥିବା ଶ୍ରଦ୍ଧାଳୁଙ୍କ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଯାଇଥିବା ବେଳେ ସନ୍ଧ୍ୟା ଆଳତୀ ପୂର୍ବରୁ ଅର୍ଥାତ ସନ୍ଧ୍ୟା ୬ଟା ପୂର୍ବରୁ ମନ୍ଦିର ବନ୍ଦ ରହିବ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ମନ୍ଦିର ଭିତରକୁ ଭୋଗ, ପ୍ରସାଦ ଯିବା ନିଷେଧ କରାଯାଇଛି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି