September 15, 2025

୨୩ରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲିବା ସମ୍ଭାବନା

 

ଭୁବନେଶ୍ବର: ଆସନ୍ତା ୨୩ ତାରିଖରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଭକ୍ତଙ୍କ ପାଇଁ ଧର୍ମାନୁଷ୍ଠାନ ଖୋଲିବା ଲାଗି ବିଭିନ୍ନ ଧର୍ମାନୁଷ୍ଠାନର କର୍ମକର୍ତ୍ତାମାନେ ବିଏମସିକୁ ପ୍ରସ୍ତାବ ଦେଇଛନ୍ତି।
ସୂଚନାଯୋଗ୍ୟ, ବିଏମସି କମିସନର ସଞ୍ଜୟ ସିଂହଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ବୈଠକ ବସିଥିଲା। ଏଥିରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ସମେତ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ସଦସ୍ୟ ଓ ବିଭିନ୍ନ ନିଯୋଗ କର୍ମକର୍ତ୍ତା ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ଏହି ବୈଠକରେ ମନ୍ଦିର ଓ ଅନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିବା ସମ୍ପର୍କରେ ବୈଠକରେ ଆଲୋଚନା ହେବା ସହ ଆସନ୍ତା ୨୩ ତାରିଖରେ ଧର୍ମାନୁଷ୍ଠାନ ଖୋଲିବା ପାଇଁ ସମସ୍ତେ ପ୍ରସ୍ତାବ ଦେଇଥିଲେ।

ତେବେ ଏ ନେଇ ଏକ ଆଭ୍ୟନ୍ତରୀଣ ବୈଠକ ବସିବ ଏବଂ ଧର୍ମାନୁଷ୍ଠାନ ଖୋଲିବା ନେଇ ଦୁଇଟି ଦିଗକୁ ଗୁରୁତ୍ୱ ଦିଆଯିବ ଏବଂ କୋଭିଡ ସ୍ଥିତି ଓ ଦ୍ଵିତୀୟ ଆଜିର ବୈଠକର ମତାମତ ଆଧାରରେ ଧର୍ମାନୁଷ୍ଠାନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ବିଏମସି କମିସନର୍ ସଞ୍ଜୟ ସିଂହ କହିଛନ୍ତି।

Spread the love