March 11, 2026

ଭିଜିଲାନ୍ସ ହାତରେ ଧରାପଡ଼ିଲେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମହିଳା କିରାଣୀ

 

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କିରାଣୀ ପ୍ରତିମା ଦାସ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନାଯୋଗ୍ୟ, ସେ ଜଣେ ସ୍ବାସ୍ଥକର୍ମୀଙ୍କୁ ରେଗୁଲାର କରାଇ ଦେବା ପାଇଁ ସ୍ବାମୀ ଶ୍ରୀମନ୍ତ କୁମାର ନାଏକଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ନବରଙ୍ଗପୁର ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଳା ସୁନାନୀଙ୍କ ନେତୃତ୍ବରେ ମାଲକାନଗିରି ଡିଏସପି ସୁଶାନ୍ତ କୁମାର ବିଶ୍ବାଳ, ନୂଆପଡ଼ା ଭିଜିଲାନ୍ସ୍ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା , କଳାହାଣ୍ଡି ଜିଲ୍ଲା ଡିଏସପି ସତ୍ୟବାନ ମହାନନ୍ଦ ପ୍ରମୁଖ ଏହି ଚଢଉ ଟିମରେ ସାମିଲ୍ ଥିଲେ।

Spread the love