August 26, 2025

ଖୁବଶୀଘ୍ର ଓଡ଼ିଶାକୁ ମିଳିବ ରୁଷାର ବକେୟା ଅର୍ଥ: ଧର୍ମେନ୍ଦ୍ର

 

ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶାକୁ ମିଳିବ ରୁଷାର ବକେୟା ଅର୍ଥ । ରାଜ୍ୟରେ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ସ୍ଥିତିି ନେଇ ଆଜି ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିସହ ଜାତୀୟ ଶିକ୍ଷାନୀତି ଉପରେ ମଧ୍ୟ ଆଲୋଚନା ହୋଇଛି । କେନ୍ଦ୍ରମନ୍ତ୍ରୀ କହିଛନ୍ତି, କୋଭିଡ୍‌ ପାଇଁ ଦୁଇଟି ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି । ତେବେ ଖୁବଶୀଘ୍ର ଟିକାକରଣ ସାରି ଛାତ୍ରଛାତ୍ରୀଙ୍କ ପାଠପଢା ଆରମ୍ଭ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଅନ୍ୟପଟେ ଗତକାଲି ଖୋର୍ଦ୍ଧା ଜିଲ୍ଲା ଜଟଣୀ ଅରୁଗୁଳ ସ୍ଥିତ ଭୁବନେଶ୍ୱର ଆଇ.ଆଇ.ଟି ପରିସରରେ ପୁଷ୍ପଗିରି ଲେକଚର ହଲ କମ୍ପ୍ଲେକ୍ସ ଓ ରୁଷିକୂଲ୍ୟା ହଲକୁ ଉଦଘାଟନ କରିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭାରତ ସରକାର ଅନୁଷ୍ଠାନର ଭିତ୍ତିଭୂମି ପାଇଁ  ଦୁଇଟି ପର୍ଯ୍ୟାୟରେ ୧୨୬୦କୋଟି ଟଙ୍କା ମଂଜୁର କରିଥିବା ବେଳେ, ୧୪୮ କୋଟି ଟଙ୍କାର ଆଧୁନିକ ଲେକଚର ହଲ ର୍ନିମାଣ ହୋଇଛି । ୩ଟି କୋଠାକୁ ନେଇ ଏହି ଲେକଚର ହଲ କମ୍ପ୍ଲେକ୍ସ ନିର୍ମାଣ କରାଯାଇଛି ।

ସେହିପରି ୮୦୦ ସିଟ୍ ବିଶିଷ୍ଟ ହଷ୍ଟେଲର ମଧ୍ୟ ଉଦଘାଟନ କରିଥିଲେ ଧର୍ମେନ୍ଦ୍ର । ଏହି ଉଦଘାଟନୀ ଉତ୍ସବରେ ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଆଇଆଇଟିର ନିର୍ଦ୍ଦେଶକ ପ୍ରଫେସର ଆରଭି ରାଜା କୁମାର ଓ ସ୍କିଲ ଡେଭଲପମେଣ୍ଟର ଇନଷ୍ଟିଚ୍ୟୁଟର ଚେୟାରମ୍ୟାନ ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love