
ଭୁବନେଶ୍ବର: ରାଜ୍ୟର ମରୁଡ଼ି ପରିସ୍ଥିତି ମୁଲତବି ପ୍ରସ୍ତାବ ଉପରେ ଆଲୋଚନାରେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କ ଉତ୍ତର ଅବାନ୍ତର । ଏହାକୁ ମୁଁ ଗ୍ରହଣ କରି ପାରୁନାହିଁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ୩୦ଜିଲ୍ଲାରୁ ୨୭ଜିଲ୍ଲାରେ ମରୁଡ଼ି । ତେଣୁ ଆଇନ ଅନୁଯାୟୀ ସରକାର ଏହି ଜିଲ୍ଲାଗୁଡ଼ିକୁ ମରୁଡ଼ିଗ୍ରସ୍ତ ଜିଲ୍ଲା ବୋଲି ଘୋଷଣା କରନ୍ତୁ । ୨୦୧୧ ସୁଦ୍ଧା ପ୍ରତି ବ୍ଲକରେ ୩୫ପ୍ରତିଶତ ଜଳସେଚନ ହେବ ବୋଲି ସରକାର କହିଥିଲେ । ଜଳସେଚନ ନେଇ ସରକାରଙ୍କ ପ୍ରତିଶ୍ରୁତି ପୂରଣ ନ ହେବା ଲାଗି କ’ଣ ପ୍ରକୃତି ଦାୟୀ? ବୋଲି ପ୍ରଶ୍ନ କରିଛନ୍ତି ନରସିଂହ ।
ଏହା ସହ ସେ କହିଛନ୍ତି ଯେ, ସରକାର ତାଙ୍କ କାର୍ଯ୍ୟ ନକରି ପ୍ରକୃତି ନାଁରେ ପାରି ହେବାକୁ ଚେଷ୍ଟା କରୁଛନ୍ତି । ସୋନପୁର, କଟକ ଓ ପୁରୀରେ ଯେତିକି ଜମି ତା’ଠୁ ଅଧିକ ଜଳସେଚନ ହୋଇଥିବା ସରକାର କହୁଛନ୍ତି । ବର୍ତ୍ତମାନ ଗୃହରେ ଉପସ୍ଥିତ ଥିବା ସୋନପୁର ଜିଲ୍ଲାର ମନ୍ତ୍ରୀ କହି ପାରିବେ କି ସେଠି ଶତପ୍ରତିଶତ ଜଳସେଚନ ହୋଇଛି କି ନାହିଁ।ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରେ ପାଣି ଅଭାବ ଯୋଗୁଁ ଗଜା ମରୁଡ଼ି ହୋଇଛି । ପାଣି ସମୁଦ୍ରକୁ ବୋହି ଯାଉଛି କିନ୍ତୁ ପ୍ରକଳ୍ପ କରାଯାଇ ପାରୁନି । ସରକାର ଘରକୁ ଘର ପାଣି ଦେବା କଥା କହୁଛନ୍ତି । ଗାଁକୁ ଗାଁ ସରକାର ପାଣି ଦେଇପାରୁନାହାନ୍ତି ଘରକୁ ଘର ଦେବେ କେମିତି ବୋଲି ସେ ପ୍ରଶ୍ନ କରିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍