
ବାଲିପାଟଣା : ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ବସନ୍ତମାଳ ଓ ପୂବାଗଡ଼ ରାସ୍ତାରେ ଆଜି ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହୋଇଛି | ଦୁର୍ଘଟଣାରେ ବଦଳା କଳାମାଟି ଗ୍ରାମର ଦୀପକ ଲେଙ୍କା ଓରଫ କାଳିଆ (୨୦) ଏବଂ ମଝିହରା ଗ୍ରାମର ତୁଷାର ମହାନ୍ତି ଓରଫ ଶତ୍ରୁଘ୍ନ (୨୮) ଗୁରତର ଆହତ ହୋଇଛନ୍ତି | ଏନେଇ ପୁଲିସକୁ ସୂଚନା ଦିଆଯିବା ପରେ ଘଟଣାସ୍ଥଳରେ ପହଞ୍ଚି ପୁଲିସ ଘଟଣାର ତଦନ୍ତ କରିଛି |
ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ସାଢେ ୧୦ଟା ବେଳେ ମଝିହରା ଗ୍ରାମର ଶତ୍ରୁଘ୍ନ କୌଣସି କାମରେ ନିମାପଡ଼ା ଯାଉଥିଲେ | ବସନ୍ତମାଳ ପଟୁ କାଳିଆ ତାଙ୍କ ବାଇକ ଯୋଗେ ଫେରୁଥିଲେ | ଶାନ୍ତି ରାଇସ ମିଲଠାରୁ ଅଳ୍ପ କିଛି ଦୂରରେ ଉଭୟଙ୍କ ବାଇକ ମୁହାଁମୁହିଁ ଧକ୍କା ହୋଇଥିଲା | ଘଟଣାସ୍ଥଳରେ ଦୁହେଁ ଗାଡ଼ିରୁ ଛିଟିକି ପଡିଥିଲେ | ଏହି ଦୁର୍ଘଟଣାରେ କାଳିଆଙ୍କ ମୁଣ୍ଡ ଫାଟି ଥିବା ବେଳେ ତୁଷାରଙ୍କ ମୁହଁର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଥିଲା | ସ୍ଥାନୀୟ ଲୋକେ ୧୦୮ଆମ୍ବୁଲାନ୍ସ ଡାକି ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପଠାଇଥିଲେ | ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଦୁହିଁଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦିଆଯାଇଛି | ତେବେ କାଳିଆଙ୍କ ଅବସ୍ଥା ଗୁରୁତର ଏବେ ଥିବା ଜଣାପଡିଛି |
ଅନ୍ୟପକ୍ଷରେ, ବାଲିପାଟଣା ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି । ହିରୋ ବାଇକ ନଂ ଓଡି ୦୨ ଏଏସ ୩୩୧୮ କୁ ଜବତ କରିବା ସହ ଦୁର୍ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଥିବା ଥାନା ଅଧିକାରୀ ଶ୍ରୀଯୁକ୍ତ ବରାଡ଼ ସୂଚନା ଦେଇଛନ୍ତି |
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍