September 15, 2025

ରାଜ୍ୟରେ ମରୁଡ଼ି ପରିସ୍ଥିତି ଭୟଙ୍କର, ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରନ୍ତୁ ସରକାର: ମୋହନ ମାଝୀ

 

ଭୁବନେଶ୍ବର: ମରୁଡ଼ିସ୍ଥିତି ନେଇ ସରକାରଙ୍କ ଉପରେ ବର୍ଷିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ମୁଲତବି ପ୍ରସ୍ତାଵ ଆଲୋଚନା ପୂର୍ବରୁ କୃଷିମନ୍ତ୍ରୀ ଅରୁଣ ସାହୁ ନିଜର ଉତ୍ତର ରଖି କହିଥିଲେ ଯେ, ମରୁଡି ମନୁଷ୍ୟକୃତ ନୁହେଁ, ଏହା ଜଳବାୟୁ ପରିବର୍ତ୍ତନଜନିତ।

ଏବେ ମୁଲତବି ପ୍ରସ୍ତାଵ ଆଲୋଚନାରେ ଭାଗ ନେଇ ମୋହନ ମାଝୀ କହିଛନ୍ତି ଯେ, ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତର ଚିରାଚରିତ ଓ ଦୁର୍ଭାଗ୍ୟଜନକ । ମରୁଡ଼ି ପାଇଁ ପ୍ରକୃତିକୁ ଦୋଷ ଦେଲେ ହେବନି। ମରୁଡ଼ି ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କିଛି କରାଯାଇ ନାହିଁ । ଉଠା ଜଳସେଚନ କାର୍ଯ୍ୟକ୍ଷମ ହୋଇନାହିଁ, ଜଳାଶୟଗୁଡ଼ିକ ଶୁଖିଲା ହୋଇ ପଡ଼ିଛି। ସରକାର ଜଳସେଚନ କରିବାରେ ବିଫଳ ହୋଇଛନ୍ତି ।

Spread the love