July 12, 2025

ରାଜ୍ୟରେ ଆଜି କରୋନାରୁ ସୁସ୍ଥ ହେଲେ ୭୩୮ ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯

 

ଭୁବନେଶ୍ୱର: ରାଜ୍ୟରେ ଆଜି ୭୩୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧୯ ଜଣ ଅଛନ୍ତି। ଏଥି ସହିତ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯୪ ହଜାର ୬୩୯ରେ ପହଂଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଜରିଆରେ ଏହି ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଆଜି କଟକ ଜିଲ୍ଲାରୁ ୧୧୩ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ବାଲେଶ୍ୱରରୁ ୫୨, ପୁରୀରୁ ୩୯, ଜଗତସିଂହପୁରରୁ ୩୩, ଯାଜପୁରରୁ ୩୨, ମୟୂରଭଂଜରୁ ୩୧, କେନ୍ଦ୍ରାପଡ଼ାରୁ ୨୪, ଅନୁଗୁଳରୁ ୨୩, ସମ୍ବଲପୁରରୁ ୨୦ ଓ କେନ୍ଦୁଝରରୁ ୧୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

ସେହିପରି ଢେଙ୍କାନାଳ, ନୟାଗଡ଼ରୁ ୧୦-୧୦, ଦେବଗଡ଼, ଗଂଜାମରୁ ୯-୯, ଭଦ୍ରକ, କୋରାପୁଟରୁ ୯-୯, ବରଗଡ଼, ସୁନ୍ଦରଗଡ଼ରୁ ୬-୬, ଝାରସୁଗୁଡ଼ା, ମାଲକାନଗିରିରୁ ୪-୪, ଗଜପତି, କଳାହାଣ୍ଡିରୁ ୩-୩, ବୌଦ୍ଧରୁ ୨, କନ୍ଧମାଳ, ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଓ ରାଜ୍ୟପୁଲରୁ ୪୮ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

Spread the love