March 12, 2026

ଗୁରୁ ଦିବସରେ ଗୁରୁଙ୍କୁ ମନେ ପକାଇଲେ ଧାବିକା ଦୂତି ଚାନ୍ଦ

 

ଭୁବନେଶ୍ୱର: ଗୁରୁ ଦିବସରେ ଗୁରୁଙ୍କୁ ମନେ ପକାଇଲେ ଧାବିକା ଦୂତି ଚାନ୍ଦ। ଫେସବୁକରେ ଗୁରୁଙ୍କୁ ପ୍ରଣାମ ଜଣାଇଲେ ଦୂତି ଚାନ୍ଦ ଭଉଣୀ ସରସ୍ବତୀ ଚାନ୍ଦ ,  ବାପା ମା , ଅଚ୍ୟୁତ ସାମନ୍ତ ଓ କୋଚଙ୍କୁ ମନେ ପକାଇଲେ ଦୂତି ।

ଫେସବୁକରେ ସେ ଲେଖିଛନ୍ତି, ଆଥଲେଟ ଜୀବନରେ ମୋ ବଡ଼ ଭଉଣୀ ଠାରୁ ବହୁତ କିଛି ଶିଖିଛି। ସେ ମୋ ଗୁରୁ। ଆମ ଭିତରେ ଯେତେ ସମସ୍ୟା ହେଲେ ବି ସେ ମୋ ଭଉଣୀ। କ୍ରୀଡ଼ାବିତ୍ ହିସାବରେ ଯିଏ ମତେ ପ୍ରୋତ୍ସାହନ ଦେଇଛି ସିଏ ମୋ ଗୁରୁ। ମୋ ବାପା ମା ମତେ ଜନ୍ମ ଦେଇ ସତ୍ ମାର୍ଗ ଦେଖାଇଛନ୍ତି । କୋଚ ନୀଳମାଧବ ଦେଓ, ଚିତ୍ତରଞ୍ଜନ ମହାପାତ୍ର ଓ ଶିବ ମିଶ୍ରଙ୍କ ଠାରୁ ଅନେକ କିଛି ଶିଖିଛି । ଅଚ୍ୟୁତ ସାମନ୍ତ ସାର ମତେ ଦିଗଦର୍ଶନ ଦେଇଛନ୍ତି। ଏମାନେ ମୋ ଗୁରୁ। ଆମ ପରିବାର ଭିତରେ ଫାଟ ତିଆରି କରିବାକୁ ଚାହୁଁଥିବା ବ୍ୟକ୍ତି ଜାଣିବା ଦରକାର ଏମାନେ ମୋର ସବୁକିଛି।

Spread the love