July 12, 2025

ଚୋରା ଚାଲାଣ ବେଳେ କୋଟିଏ ଟଙ୍କାର ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ

 

ଜୟପୁର ୬।୯: ପୁଣିଥରେ ଜୟପୁର ସଦର ପୋଲିସ ଦ୍ବାରା କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ରାଜ୍ୟ ବାହାରକୁ ଚାଲାଣ ପାଇଁ ଗଂଜେଇ ଲୋଡିଂ ହେଉଥିବା ବେଳେ ଜୟପୁର ନିକଟସ୍ଥ ଜବାକନାଡି ଅଂଚଳରୁ ୧ ଟନ୍ ୮ କେଜି ଗଂଜେଇ ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ କୋଟିଏ ୫ ଲକ୍ଷ ଟଙ୍କା ହେବ ବୋଲି ଜୟପୁର ଏସଡିପିଓ କହିଛନ୍ତି। ଏହି ଘଟଣାରେ ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଗୋଟିଏ ଟ୍ରକ୍ ସହ ଗୋଟିଏ କାର୍, ଗୋଟିଏ ବାଇକ୍, ୪ଟି ମୋବାଇଲ୍ ସହ ନଗଦ ୧ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଛି ପୋଲିସ । ଏସବୁ ଗଂଜେଇ ଜଲାପୁଟ ଅଂଚଳରୁ ଆଣି ରାଜ୍ୟ ବାହାରକୁ ଚାଲାଣ ହେଉଥିଲା।

Spread the love