
ପୁରୀ ୮।୯: ଶ୍ରୀମନ୍ଦିରରେ ଅଘଟଣ । ରୋଷେଇ ଘରୁ ଛେକ ବୋହିବା ବେଳେ ଗରମ ଡାଲି ପଡି ଯୁବ ସେବାୟତ ଆହତ। ଆହତ ସେବାୟତ ହେଉଛନ୍ତି ପୁରୀ ଗୌଡବାଡ ସାହିର ବିଶ୍ବଜିତ ମହାସୁଆର। ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ତାଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ବିଶ୍ବଜିତଙ୍କ ହାତ, ଗୋଡ ପିଠିରେ ଗରମ ଡାଲି ପଡିଯିବା ଯୋଗୁଁ ପୋଡିଯାଇଛି। ଏନେଇ ଶ୍ରୀମନ୍ଦିର ନୀତିକାନ୍ତିରେ କୌଣସି ପ୍ରଭାବ ପଡିନାହିଁ।
ତେବେ ବିଶ୍ବଜିତଙ୍କୁ ହସ୍ପିଟାଲର ପୋଡାଜଳା ବିଭାଗରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଏସି, ଫ୍ୟାନ୍ କିଛି ଚାଲୁନଥିବା ଅଭିଯୋଗ ହୋଇଛି। ଏନେଇ ଆହତ ସେବାୟତଙ୍କ ସମ୍ପର୍କୀୟ ହସ୍ପିଟାଲ କର୍ତ୍ତୃପକ୍ଷ ଓ କର୍ମଚାରୀଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ଏହି ଘଟଣାକୁ ହାଲକା ଭାବେ ନେଇଛନ୍ତି। ଯାହା ଫଳରେ ହସ୍ପିଟାଲରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍