
ଭୁବନେଶ୍ବର ୨୩।୯: ରାଜଧାନୀରେ ରାଜସ୍ଥାନୀ ରାକେଟ୍ । ମନ ଇଚ୍ଛା ଘରକୁ ପଶୁଥିଲେ । ଡୋନେସନ ନାଁରେ ଟଙ୍କା ଦେବାକୁ ବାଧ୍ୟ କରୁଥିଲେ । ଏମିତି କରୁଥିବା ୩ ନାବାଳିକାଙ୍କୁ ଅଟକ ରଖିଛି ଖଣ୍ଡଗିରି ଥାନା ପୋଲିସ । ପ୍ରାୟ ୫୦ ନାବାଳିକା ରାଜସ୍ଥାନରୁ ଓଡିଶା ଆସି ବିଭିନ୍ନ ଲୋକଙ୍କ ଘରକୁ ଓ ଦୋକାନକୁ ଯାଇ ଟଙ୍କା ମାଗୁଥିବା ଜଣାପଡ଼ିଛି । ଜଣେ ବ୍ୟକ୍ତିଙ୍କ ଘର ଓ ଦୋକାନକୁ ଯାଇ ଟଙ୍କା ମାଗିବା ମଧ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ସମ୍ପୃକ୍ତ ବ୍ୟକ୍ତି ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍