
ଚୌଦ୍ବାର ୨୩।୯: କଟକ ଜିଲ୍ଲା ଚୌଦ୍ଵାର ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମରେ ୧୨ରୁ ଅଧିକ କୁକୁରକୁ ଗୁଲୁଗୁଲାରେ ବିଷଦେଇ ମାରିଥିବା ଜଳଖିଆ ଦୋକାନୀ ଅଜୟ କୁମାର ସାହୁ ଗିରଫ । ଚୌଦ୍ଵାର ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ସୂଚନାଯୋଗ୍ୟ ଯେ, ବୁଧବାର ଶଙ୍କରପୁର ଗାଁରେ ମାତ୍ର ୩ ଦିନ ଭିତରେ ୧୨ଟି କୁକୁର ମାରିବା ଘଟଣାକୁ ନେଇ ଗ୍ରାମବାସୀମାନେ ଥାନାର ଦ୍ବାରସ୍ଥ ହୋଇଥିଲେ । ପ୍ରତିଦିନ ଏହି ଅଞ୍ଚଳରେ ୩ରୁ ୪କୁକୁର ମାରୁଥିଲେ । ବୁଧବାର ଗୋଟିଏ ଦିନରେ ୫ଟି କୁକୁର ମରିବା ପରେ ଗ୍ରାମବାସୀ ଏହାର କାରଣ ଖୋଜିବାରେ ଲାଗିଥିଲେ । ଜଣେ ଜଳଖିଆ ଦୋକାନୀ ତାର ଦୋକାନରେ କୁକୁରମାନଙ୍କ ଉତ୍ପାତ ଓ ଦୋକାନ ଆଗରେ କୁକୁରମାନେ ମଳ ତ୍ୟାଗ କରିଥିବାରୁ ସେ ଏହି କୁକୁରଙ୍କୁ ମାରୁଥିବାର ଜଣାପଡିଥିଲା । ପରେ ଗ୍ରାମବାସୀ ଏ ନେଇ ଚୌଦ୍ଵାର ଥାନାରେ ଏକ ଅଭିଯୋଗ କରିଥିଲେ । ଗୁରୁବାର ଚୌଦ୍ଵାର ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ୪୦୨/୨୧ରେ ମାମଲା ରୁଜୁ କରି ତାଙ୍କ ନାମରେ ୨୯୪/୩୫୩/୪୨୯/୩୩୨/୫୦୬ ଆଇପିସି ଦଫାରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍