
ଝାରସୁଗୁଡ଼ା ୨୩।୦୯: ଆଇପିଏଲ୍ ବେଟିଂ ରାକେଟ ଠାବ । ନଗଦ ୬ଲକ୍ଷ ୮୦ ହଜାର ନଗଦ ଟଙ୍କା ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଘଟଣାରେ ଦେଶ ବାହାରକୁ ଲିଙ୍କ ଥିବା ସୂଚନା ମିଳିଛି ।

ଖବର ଅନୁଯାୟୀ, ଝାରସୁଗୁଡ଼ା ସହରରେ ଆଇପିଏଲ ବେଟିଂ ଚାଲିଥିବା ପୋଲିସକୁ ସୂଚନା ମିଳିଥିଲା । ମିଳିଥିବା ତଥ୍ୟ ଆଧାରରେ ଝାରସୁଗୁଡା ସହରର ଗୋଶାଳା ଛକ ନିକଟରେ ଏକ କୋଠରୀ ରେ ଚଢ଼ାଉ କରି ଥିଲା ଟାଉନ ପୋଲିସ। ଏହି ଚଢାଉରେ ଏକ ଆଇପିଏଲ୍ ବେଟିଂ ରାକେଟ ଠାବ ହୋଇଛି । ଘଟଣାସ୍ଥଳରୁ ନଗଦ ୬ଲକ୍ଷ ୮୦ ହଜାର ନଗଦ ଟଙ୍କା ଜବତ ହେବା ସହ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ହରିଷ ସାହୁ ଓ ଅକିଲ ଆଜିଜ ମୋତିବାଲା। ଏହି ମାମଲାରେ ଜଡିତ ଅନ୍ୟ ଦୁଇ ଜଣ ସମ୍ବଲପୁର ଓ କୋଲକାତାରେ ଥିବା ପୋଲିସର ସୂଚନା । ତେବେ ଦୁବାଇରୁ ଭାୟା କୋଲକାତା ଦେଇ ଏଠାରେ ଚାଲିଥିଲା ବେଟିଂ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍