
ଭୁବନେଶ୍ବର: ସାମୁଦ୍ରିକ ଝଡ଼ ‘ଗୁଲାବ୍’ର ପ୍ରଭାବରେ ରାଜ୍ୟର ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ‘ଗୁଲାବ୍’ ଗୋପାଳପୁରଠାରୁ ୧୩୫ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଥିବା ବାତ୍ୟା ଏବେ ୧୬ କିଲୋମିଟର ବେଗରେ ଗତି କରୁଛି। ବର୍ତ୍ତମାନ ଏହାର ଗତିପଥକୁ ଡପଲର୍ ରାଡାର ସାହାଯ୍ୟରେ ଅନୁଧ୍ୟାନ କରାଯାଉଛି। ବିଶାଖପାଟଣା ଓ ଗୋପାଳପୁରସ୍ଥିତ ପାଣିପାଗ ବିଭାଗର ଡପଲର୍ ରାଡାର ଜରିଆରେ ବାତ୍ୟାର ପର୍ଯ୍ୟବେକ୍ଷଣ ଜାରି ରହିଛି।
ବାତ୍ୟା ଓଡ଼ିଶାର ଗୋପାଳପୁରର ପୂର୍ବ-ଦକ୍ଷିଣପୂର୍ବ ଦିଗର ୧୩୫ କିଲୋମିଟର ଦୂର ଏବଂ ଆନ୍ଧ୍ରପ୍ରଦେଶର କଳିଙ୍ଗପଟ୍ଟନମ୍ର ପୂର୍ବ-ଉତ୍ତରପୂର୍ବ ଦିଗରେ ୧୮୦ କିଲୋମିଟର୍ ଦୂରରେ ରହିଛି। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଏହି ସାମୁଦ୍ରିକ ବାତ୍ୟା ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ ଗତ ୩ ଘଣ୍ଟା ଧରି ପଶ୍ଚିମାଭିମୁଖୀ ହୋଇ ଗତି କରୁଛି।
ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଏହି ସାମୁଦ୍ରିକ ଝଡ଼ର ନାମକରଣ ‘ଗୁଲାବ୍’ (ଗୋଲାପ ଫୁଲ) କରିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍