January 23, 2026

ଓଡିଶା ହାଇକୋର୍ଟର ଆଉ ୪ ନୂଆ ବିଚାରପତି

 

କଟକ : ଓଡିଶା ହାଇକୋର୍ଟରେ ଆଉ ୪ଜଣ ନୂଆ ବିଚାରପତି ନିଯୁକ୍ତ ହେବେ। ୨ ଜଣ ଆଇନଜୀବୀ ଏବଂ ୨ ଜଣ ନ୍ୟାୟିକ ଅଧିକାରୀ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ କଲେଜିୟମ ଅନୁମୋଦନ କରିଛନ୍ତି। ଗତକାଲି କଲେଜିୟମର ଏକ ସ୍ୱତନ୍ତ୍ର ବୈଠକରେ ଏହି ଅନୁମୋଦନ କରାଯାଇଛି।
ସୂଚନା ମୁତାବକ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଏବଂ ଆଇନଜୀବୀ ମୃଗାଙ୍କ ଶେଖର ସାହୁଙ୍କୁ ବିଚାରପତି ଏବଂ ୨ ଜଣ ନ୍ୟାୟିକ ଅଧିକାରୀ ରାଧାକୃଷ୍ଣ ପଟ୍ଟନାୟକ ଓ ଶଶିକାନ୍ତ ମିଶ୍ର ଏହି ପଦବୀରେ ନିଯୁକ୍ତି ପାଇବେ।
ଓଡିଶା ହାଇକୋର୍ଟର ସମ୍ପ୍ରତି ମୁଖ୍ୟବିଚାରପତିଙ୍କ ସହିତ ଅନ୍ୟ ୧୨ ଜଣ ବିଚାରପତି ଅଛନ୍ତି। ହାଇକୋର୍ଟରେ ଅନୁମୋଦିତ ସଂଖ୍ୟକ ବିଚାରପତି ନଥିବାରୁ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାର ସମୟ ଭିତ୍ତିକ ଫଇସଲା ସମ୍ଭବ ହୋଇପାରୁ ନଥିବା ଆଇନଜୀବୀ ମାନେ ଅଭିଯୋଗ କରି ଆସୁଛନ୍ତି। ୪ ଜଣ ନୂଆ ବିଚାରପତି ନିଯୁକ୍ତ ପରେ ଏହି ସମସ୍ୟା କେତେକାଂଶରେ ସମାଧାନ ହୋଇପାରିବ।

 

Spread the love