July 12, 2025

ପଦ ଛାଡ଼ିଲେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୁବ୍ରମଣ୍ୟମ୍‌

 

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ଭେଙ୍କଟ (କେ.ଭି) ସୁବ୍ରମଣ୍ୟମ୍‌ ନିଜ ପଦ ତ୍ୟାଗ କରିଛନ୍ତି। ଶୁକ୍ରବାର ତାଙ୍କର ତିନି ବର୍ଷିୟା କାର୍ଯ୍ୟକାଳ ଶେଷ ହୋଇଥିବା ବେଳେ ସେ ନିଜର ପୁରୁଣା ଅଧ୍ୟାପନା କ୍ଷେତ୍ରକୁ ଫେରିଯିବେ ବୋଲି ଘୋଷଣା କରିଛନ୍ତି। ଏହି ଅବସରରେ ସେ ଭାରତ ସରକାରଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି। ଅରବିନ୍ଦ ସୁବ୍ରମଣ୍ୟମ୍‌ ଅର୍ଥନୈତିକ ପରାମର୍ଶଦାତା ପଦରୁ ଇସ୍ତଫା ଦେବାର ପ୍ରାୟ ୫ ମାସ ପରେ ୨୦୧୮ ଡିସେମ୍ବର ୭ରେ କେ.ଭି ସୁବ୍ରମଣ୍ୟମ୍‌ଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବେ ନିଯୁକ୍ତ କରାଯାଇଥିଲା। ଭିଲାଇରେ ଜନ୍ମିତ ୫୧ବର୍ଷୀୟ କେ.ଭି ସୁବ୍ରମଣ୍ୟମ୍‌ ଗତ ତିନି ଦଶନ୍ଧି ଧରି ଅର୍ଥନୈତିକ ବିଶାରଦ ଭାବେ ପରିଚିତ ଅଛନ୍ତି। ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ନିଯୁକ୍ତ ହେବା ପୂର୍ବରୁ ସେ ଇଣ୍ଡିଆନ୍‌ ସ୍କୁଲ ଅଫ ବିଜ୍‌ନେସ୍‌ ଓ ଆମେରିକାର ଇମୋରି ବିଶ୍ବବିଦ୍ୟାଳୟ ଭଳି ବିଭିନ୍ନ ଅନୁଷ୍ଠାନରେ ଅଧ୍ୟାପନା ଜାରି ରଖିଥିଲେ।

Spread the love