ଲକ୍ଷ୍ନୌ: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ଯୁବକ ଜଣକ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯୁବକ ତାଙ୍କ ନାମ ବିମଲେଶ କୁମାର ବୋଲି କହିଛନ୍ତି ଏବଂ ସେ ମୈନପୁରୀ ଜିଲ୍ଲାର ବାସିନ୍ଦା। ବିମଲେଶ ସମାଜବାଦୀ ପାର୍ଟି ନେତାଙ୍କ ବିରୋଧରେ ତାଙ୍କ ଜମି ବାଡ଼ି କବ୍ଜା କରିଥିବା ଅଭିଯୋଗ କରିଛନ୍ତି। ତେବେ ସେ ନେତାଙ୍କ ନାଁ ପ୍ରକାଶ କରି ନାହାନ୍ତି।
ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିମଲେଶଙ୍କୁ ଆତ୍ମହତ୍ୟାର କାରଣ ପଚାରିବାରୁ ସେ କହିଥିଲେ ଯେ, ସମାଜବାଦୀ ପାର୍ଟି ନେତା ତାଙ୍କ ଜମି ବାଡ଼ି ବିକ୍ରି କରି ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ସେ ମଧ୍ୟ ଡିଏମ, ଏସଡିଏମଙ୍କ ପାଖକୁ ଯାଇଥିଲେ କିନ୍ତୁ ତାଙ୍କ କଥା କେହି ଶୁଣିଲେ ନାହିଁ। ଯୁବକ କହିଛନ୍ତି ଯେ, ନିରାଶ ହୋଇ ସେ ଦୁଇଥର ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ, କିନ୍ତୁ ସେଠାରେ ମଧ୍ୟ କେହି ତାଙ୍କ କଥା ଶୁଣି ନ ଥିଲେ। ତୃତୀୟ ଥର ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ବାସଭବନକୁ ଆସିଥିଲେ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଚାହୁଁଥିଲେ। ମାତ୍ର ତାଙ୍କୁ ଭେଟିପାରି ନ ଥିଲେ। ତାଙ୍କ କୁହାଗଲା ଯେ ତାଙ୍କ ଅଭିଯୋଗ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍