August 25, 2025

କୋଭିଡ୍‍ ସମୟରେ ବାଣିଜ୍ୟ ପ୍ରତିବନ୍ଧକ ଉଚ୍ଛେଦ ଜରୁରୀ – ପୀୟୂଷ ଗୋୟଲ୍‍

 

ବୌଦ୍ଧିକ ସମ୍ପତ୍ତି ଅଧିକାର ପ୍ରତ୍ୟାହାର ଏବଂ କୋଭିଡ୍‍ ମହାମାରୀ ସମୟରେ ବାଣିଜ୍ୟ ପ୍ରତିବନ୍ଧକ ହଟାଇବା ଲାଗି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ୍‍ ଆହ୍ୱାନ ଦେଇଛନ୍ତି। ଆଜି ଇଟାଲୀରେ ଜି-୨୦ ବାଣିଜ୍ୟ ପୁଞ୍ଜିନିବେଶ ମନ୍ତ୍ରୀସ୍ତରୀୟ ବୈଠକରେ ସେ ଏହି ଆହ୍ୱାନ ଦେଇଇଛନ୍ତି। ଶ୍ରୀ ଗୋୟଲ ଟିକାକରଣ ନିୟମରେ ଭେଦଭାବ ଜରିଆରେ ଆତଯାତ ପାଇଁ ଲାଗୁ ନିୟନ୍ତ୍ରଣ ଏବଂ ଗୁରୁତ୍ୱପୂର୍ଣ୍ଣ ସେବା ପ୍ରଦାନକାରୀ ବ୍ୟକ୍ତିମାନଙ୍କୁ ବିଦେଶକୁ ଯିବା ଆସିବା ଲାଗି ଅନୁମତି ସଂକ୍ରାନ୍ତୀୟ ସବୁ କଟକଣାକୁ ଉଚ୍ଛେଦ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।

ମତ୍ସ୍ୟଚାଷ କ୍ଷେତ୍ରରେ ବାଣିଜ୍ୟ ସମାନତା ଓ ସମତୁଲତା ଫଳାଫଳର ଆବଶ୍ୟକତା ଲାଗି ମଧ୍ୟ ସେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଗଭୀର ସମୁଦ୍ରରେ ମାଛ ଧରୁଥିବା ଦେଶଗୁଡ଼ିକୁ ସବ୍‍ସିଡି ଦିଆଯିବା ସଙ୍ଗେ ସଙ୍ଗେ ଅଧିକ ପରିମାଣର ମାଛ ମହଜୁଦକୁ ଧୀରେ ଧୀରେ ହ୍ରାସ କରିବା ଲାଗି ପଦକ୍ଷେପ ନେବା ଲାଗି ମଧ୍ୟ ସେ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି, ଭାରତ ଭଳି ଉନ୍ନତଶୀଳ ଦେଶଗୁଡ଼ିକ ପ୍ୟାରିସ୍‍ ରାଜିନାମାକୁ ଯେଭଳି ପାଳନ କରୁଛନ୍ତି ଉନ୍ନତ ରାଷ୍ଟ୍ରଗୁଡ଼ିକ ମଧ୍ୟ ଜଳବାୟୁ ପରିବର୍ତ୍ତନ ପାଇଁ ଆର୍ଥିକ ସହାୟତା ଓ କାରିଗରି ବିଦ୍ୟା ହସ୍ତାନ୍ତର କ୍ଷେତ୍ରରେ ପ୍ରତିଶ୍ରୁତିବଦ୍ଧତାକୁ ପାଳନ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
Spread the love