
ଭଦ୍ରକ ୨୭।୧୦: ବିନା ମାସ୍କ ଓ ହେଲମେଟ ପାଇଁ ଫସିଲେ । ପୋଲିସ ଚେକିଂ ସମୟରେ ସେମାନଙ୍କ ଠାରୁ ଜବତ ହେଲା ବିପୁଳ ପରିମାଣର ବ୍ରାଉନ୍ସୁଗାର । ଜବତ ବ୍ରାଉନ୍ସୁଗାରର ମୂଲ୍ୟ ୧ କୋଟି ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ଏହି ସଫଳତା ମିଳିଛି ।

ଖବର ଅନୁଯାୟୀ, ଭଦ୍ରକ-ଆନନ୍ଦପୁର ୫୩ ନମ୍ବର ରାଜ୍ୟ ରାଜପଥର ରାନ୍ଦିଆ ପାଓ୍ୱାର ପ୍ଲାଣ୍ଟ ଛକ ନିକଟରେ ଗ୍ରାମାଞ୍ଚଳ ପୋଲିସ ଚେକିଂ କରୁଥିଲା । ବାଇକ୍ ଯୋଗେ ବ୍ରାଉନ୍ସୁଗାର ଚାଲାଣ ହେଉଥିବା ନେଇ ପୋଲିସ ନିକଟରେ ପୂର୍ବରୁ ଗୁଇନ୍ଦା ସୂଚନା ମିଳିଥିଲେ । ତେବେ ବାଇକ୍ ୨ ଜଣ ବିନା ମାସ୍କ ଓ ହେଲ୍ମେଟ୍ରେ ଆସୁଥିବା ଦେଖି ପୋଲିସ ଅଟକାଇଥିଲା । ପୋଲିସ ସେମାନଙ୍କୁ ଅଟକ ରଖି ଚେକିଂ କରିଥିଲେ । ଚେକିଂ ସମୟରେ ସେମାନଙ୍କ ଠାରୁ ୧ କିଲୋ ୩୦ ଗ୍ରାମ ବ୍ରାଉନ୍ସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୩ ଲକ୍ଷ ଟଙ୍କା ହେବ ବୋଲି ଭଦ୍ରକ ଏସ୍ପି ସୂଚନା ଦେଇଛନ୍ତି ।

ତେବେ ଗିରଫ ଅଭିଯୁକ୍ତ ହେଲେ ଭଦ୍ରକ ଗ୍ରାମାଞ୍ଚଳ ଥାନା ହାସିନପୁର ଅଞ୍ଚଳର ଶ୍ରୀକାନ୍ତ ଓ ଅରୁଣ ସେଠି । ସେମାନେ କେଉଁଠାରୁ ଏତେ ପରିମାଣର ବ୍ରାଉନସୁଗର ଆଣିଥିଲେ ଏବଂ କେଉଁ ସ୍ଥାନକୁ ନେଇ ଯାଉଥିଲେ । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ଛାନ୍ଭିନ୍ ଆରମ୍ଭ କରିଛି ପୋଲିସ ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍