ଆଠଗଡ, ୩୧/୧୦ : ମହାନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତଦେହ ଉଦ୍ଧାର। ଯୁବକଜଣଙ୍କ ଗତ ୨୮ ରେ ମୁଣ୍ଡଳୀ ବ୍ରିଜରୁ ମହାନଦୀ ପାଣିକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କ ମୃତଦେହ ୪ ଦିନ ପରେ ଉଦ୍ଧାର ହୋଇଛି ।
ସୂଚନାନୁସାରେ, ଗତ ଗୁରୁବାର ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ନାରଙ୍ଗବସ୍ତ ଗ୍ରାମ ନଦୀ କୂଳକୁ ଜଣେ ଯୁବକ ନଦୀକୁ ଡେଇଁ ପଡିଥିଲେ । ୪ ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।ଯୁବକ ଜଣଙ୍କ ଚଦ୍ରମଣି ତ୍ରିପାଠୀ ବୋଲି ତାଙ୍କ ଭାଇ ସ୍ପଷ୍ଟ କରିଛନ୍ତି । ଏନେଇ ଗୁରୁଡ଼ିଝାଟିଆ ଆଇଆଇସି ରଞ୍ଜନ କୁମାର ପ୍ରଧାନ ସୂଚନା ଦେଇ ଛନ୍ତି।
ଚନ୍ଦ୍ରମଣି ଏକ ଘରୋଇ କମ୍ପାନୀରେ ଏଚଆର ଭାବେ କାର୍ଯ୍ୟ କରୁଥିଲେ । କମ୍ପାନୀ କାର୍ଯ୍ୟର ମାନସିକ ଚାପ ସହି ନପାରି ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଥିଲା । ତେବେ ଚାରି ଦିନ ଧରି ବାରଙ୍ଗ ଅଗ୍ନିଶମ ବିଭାଗ ବହୁ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛି ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି