July 6, 2025

୨୦୩୦ ସୁଦ୍ଧା ଏକ ଟ୍ରିଲିୟନ୍‍ ଡଲାର ଛୁଇଁବ ଭାରତର ସେବା ରପ୍ତାନୀ

 

୨୦୩୦ ମସିହା ସୁଦ୍ଧା ଭାରତର ସେବା ରପ୍ତାନୀ ଏକ ଟ୍ରିଲିୟନ୍‍ ଡଲାରରେ ପହଞ୍ଚାଇବା ଲକ୍ଷ୍ୟ ରହିଛି ବୋଲି କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ୍‍ କହିଛନ୍ତି। ନୂଆଦିଲ୍ଲୀରେ ବିଶ୍ୱ ସେବା ସମ୍ମେଳନରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗୋୟଲ କହିଛନ୍ତି, ୨୦୨୦ ମସିହାରେ ଭାରତ ସେବା ରପ୍ତାନୀ କ୍ଷେତ୍ରରେ ଦୁଇଟି ସ୍ଥାନ ଉପରକୁ ଉଠି ସପ୍ତମ ସ୍ଥାନ ଅଧିକାର କରିଥିଲା। ସେବା ରପ୍ତାନୀ କ୍ଷେତ୍ରରେ ବିଶ୍ୱରେ ପ୍ରଥମ ସ୍ଥାନ ଅଧିକାର କରିବା ପାଇଁ ଭାରତର ଦକ୍ଷତା ରହିଛି ବୋଲି ସେ କହିଛନ୍ତି। ଶ୍ରୀ ଗୋୟଲ କହିଛନ୍ତି, ଭାରତର ଅର୍ଥନୈତିକ ଏକତ୍ରୀକରଣ ଏବେ ଜ୍ଞାନଭିତ୍ତିକ ଅର୍ଥନୀତିରେ ରୂ।ନ୍ତରିତ ହୋଇଛି।

ସେ କହିଛନ୍ତି, ସୂଚନା ପ୍ରଯୁକ୍ତି ଓ ସୂଚନା ପ୍ରଯୁକ୍ତି ବିଦ୍ୟାଭିତ୍ତିକ ସେବା କ୍ଷେତ୍ରରେ ଭାରତର ରପ୍ତାନୀ ଆଖିଦୃଶିଆ ହୋଇପାରିଛି। ଜିଲ୍ଲାଗୁଡ଼ିକୁ ରପ୍ତାନୀ କେନ୍ଦ୍ରରେ ପରିଣତ କରିବା ପାଇଁ ବ୍ୟାପକ କୌଶଳ ପ୍ରସ୍ତୁତ କରିବା ସକାଶେ ରାଜ୍ୟମାନଙ୍କୁ ସହାୟତା କରିବା ଲାଗି ସମୟ ଉପନୀତ ହୋଇଛି ବୋଲି ଶ୍ରୀ ଗୋୟଲ କହିଛନ୍ତି।
Spread the love