
ଦେଶର ତୈଳ କମ୍ପାନୀଗୁଡ଼ିକ ୨୨ ହଜାର ଇଲେକ୍ଟ୍ରିକ୍ ଚାର୍ଜିଙ୍ଗ୍ ଷ୍ଟେସନ୍ ସ୍ଥାପନ କରିବେ। ସେଗୁଡ଼ିକୁ ମିଶନ ମୋଡ଼ରେ ଜାତୀୟ ରାଜପଥ ପାର୍ଶ୍ୱରେ ସ୍ଥାପନ କରାଯିବ। ଏକ ଟ୍ୱିଟ୍ ବାର୍ତ୍ତାରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ କହିଛନ୍ତି ଭାରତୀୟ ତୈଳ ନିଗମ ୧୦ ହଜାର ଚାର୍ଜିଙ୍ଗ୍ ଷ୍ଟେସନ୍ ସ୍ଥାପନ କରିବ। ପୂର୍ବରୁ ଭାରତୀୟ ତୈଳ ନିଗମ ୪୩୯ ଇଲେକ୍ଟ୍ରିକ୍ ଯାନ ଚାର୍ଜିଙ୍ଗ୍ ଷ୍ଟେସନ ସ୍ଥାପନ କରିସାରିଥିବା ବେଳେ ଏକବର୍ଷ ମଧ୍ୟରେ ଆଉ ୨ ହଜାର ଷ୍ଟେସନ୍ ସ୍ଥାପନ କରିବ।
ସେହିଭଳି ଭାରତ ପେଟ୍ରୋଲିୟମ ଏକବର୍ଷ ମଧ୍ୟରେ ୧ ହଜାର ଇଲେକ୍ଟ୍ରିକ୍ ଯାନ ଚାର୍ଜିଙ୍ଗ୍ ଷ୍ଟେସନ୍ ମଧ୍ୟ ସ୍ଥାପନ କରିବ। ଏହା ପୂର୍ବରୁ ୫୨ଟି ଷ୍ଟେସନ ସ୍ଥାପନ କରିସାରିଛି। ହିନ୍ଦୁସ୍ତାନ ପେଟ୍ରୋଲିଅମ କର୍ପୋରେସନ ଲିମିଟେଡ଼ ମଧ୍ୟ ୩୮୨ଟି ଚାର୍ଜିଙ୍ଗ୍ ଷ୍ଟେସନ୍ ସ୍ଥାପନ କରିସାରିଛି ଓ ଆଉ ୧ ହଜାର ଷ୍ଟେସନ ବର୍ଷେ ଭିତରେ ସ୍ଥାପନ କରିବ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍