
କୋଲକାତା: ଭାରତ-ବାଂଲାଦେଶ ସୀମାରେ ଉତ୍ତର ଚବିଶ ପ୍ରଗଣା ଅଞ୍ଚଳରୁ ସୀମା ସୁରକ୍ଷା ବାହିନୀ (ବିଏସଏଫ) ଯବାନମାନେ ୮ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଗିରଫ କରିଛନ୍ତି । ଏହି ବାଂଲାଦେଶୀ ନାଗରିକମାନେ ବେଆଇନ ଭାବରେ ସୀମାରେଖା ଡେଇଁ ଭାରତ ମଧ୍ୟକୁ ପ୍ରବେଶ ଉଦ୍ୟମ କରୁଥିବା ସମୟରେ ବିଏସଏଫ ଯବାନଙ୍କ ହାବୁଡରେ ପଡିଯାଇଥିଲେ । ସେମାନଙ୍କୁ ବିଏସଏଫର ହାକିମପୁର ସୀମାନ୍ତ ପୋଷ୍ଟକୁ ଅଣାଯାଇ ପଚରା ଉଚରା କରାଯାଉଛି । ଅନୁରୂପ ଭାବରେ ଭାରତରୁ ବାଂଲାଦେଶକୁ ଚୋରାରେ ଚାଲାଣ ହେଉଥିବା ୧୬୨୯ ବୋତଲ ଫେନସିଡିଲ କାଶ ଔଷଧକୁ ମଧ୍ୟ ବିଏସଏଫ ଯବାନମାନେ ଜବତ କରିଛନ୍ତି । ଏହାର ମୂଲ୍ୟ ୩,୦୪,୦୫୩ ଟଙ୍କା ହେବ ବୋଲି ଜଣାଯାଇଛି । ଏହି କାଶ ଔଷଧକୁ ନିଶା ଭାବରେ ସେବନ କରାଯାଉଥିବା କୁହାଯାଇଛି ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍