
ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲା ପରେ ରାଜ ଏବେ ଠକେଇ ମାମଲାରେ ଫଶିଥିବା ଜଣାପଡ଼ିଛି। ତାଙ୍କ ବିରୋଧରେ ୧.୫୧ କୋଟି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଶିଳ୍ପା ଶେଟ୍ଟୀ ମଧ୍ୟ ଏହି ମାମଲାରେ ସ୍କାନରରେ ଅଛନ୍ତି। ମୁମ୍ବା୍ର ବାନ୍ଦ୍ରା ପୁଲିସ ଷ୍ଟେସନରେ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ବିରୋଧରେ ଠକେଇ ଅଭିଯୋଗରେ ମାମଲା ରୁଜୁ ହୋଇଛି।
ନିତିନ ବରଈ ନାମକ ଜଣେ ବ୍ୟକ୍ତି ଦମ୍ପତିଙ୍କ ବିରୋଧରେ ଠକେଇ ନେଇ ଏତଲା ଦାୟର କରିଛନ୍ତି। ତାଙ୍କ ଅଭିଯୋଗ ଅନୁଯାୟୀ, ରାଜ୍ ଓ ଶିଳ୍ପା ଏକ ଫିଟନେସ୍ କମ୍ପାନୀ ମାଧ୍ୟମରେ ୨୦୧୪-୨୦୧୫ରେ ତାଙ୍କ ସହ ୧.୫୧ କୋଟିର ଠକେଇ କରିଛନ୍ତି। ରିପୋର୍ଟ ଅନୁଯାୟୀ, ନିତିନଙ୍କ ଅଭିଯୋଗ ପରେ ବାନ୍ଦ୍ରା ପୁଲିସ ଆଇପିସିର ଧାରା ୪୦୬, ୪୦୯, ୪୨୦, ୫୦୬, ୩୪ ଓ ୧୨୦(ବି)ରେ ମାମଲା ରୁଜୁ କରିଛି। ପୁଲିସ ଏହି ମାମଲାରେ ଖୁବଶୀଘ୍ର ଶିଳ୍ପା ଓ ରାଜ୍ଙ୍କୁ ପଚରାଉଚରା କରିପାରେ। ଏନେଇ ବର୍ତ୍ତମାନ ସୁଦ୍ଧା ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରାଙ୍କ ପକ୍ଷରୁ କୌଣସି ବୟାନ ଆସିନାହିଁ।
ସୂଚନାଯୋଗ୍ୟ, ନିକଟରେ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ମାମଲାରେ ଗିରଫ କରାଯାଇଥିଲା।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍