September 13, 2025

ଯୋଗୀଙ୍କ ପ୍ରଚାରରେ କଟକଣା ଲଗାଇବାକୁ ଦାବି କଲା ଆପ୍‌

ନୂଆଦିଲ୍ଲୀ,୩/୨: ଆମ୍‌ ଆଦ୍‌ମି ପାର୍ଟି ପକ୍ଷରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବାକୁ ନିର୍ବାଚନ କମିସନଙ୍କ ନିକଟରେ ଦାବି କରାଯାଇଛି। ସୂଚନାନୁଯାୟୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀର ଏକ ନିର୍ବାଚନୀ ପ୍ରଚାରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ପାକିସ୍ତାନ ସହ ସମ୍ପର୍କ ଥିବା ଏବଂ କେଜ୍ରିୱାଲ ଜଣେ ମାନସିକ ରୋଗୀ ବୋଲି କହିଥିଲେ। ଏହାକୁ ଆପ୍‌ ତୀବ୍ର ବିରୋଧ କରିବା ସହ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଯାଉ ବୋଲି ଦାବି କରିଛି। ଏଥିସହ କେଜ୍ରିୱାଲ୍‌ଙ୍କର ପାକିସ୍ତାନ ସହ ସମ୍ପର୍କ ଅଛି ବୋଲି ଯୋଗୀ ଦେଇଥିବା ବୟାନର ପ୍ରମାଣ ଦିଅନ୍ତୁ ବୋଲି ଆପ୍‌ ନେତା ସଂଜୟ ସିଂହ ଆହ୍ୱାନ ଦେଇଛନ୍ତି। ନହେଲେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସଞ୍ଜୟ ସିଂହ ଦାବି କରିଛନ୍ତି। ଅପରପକ୍ଷରେ ଏଭଳି ବୟାନବାଜି ପରେ ବି ନିର୍ବାଚନ କମିସନ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି କାହିଁକି ନିରବ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Spread the love