
ଗଜପତି ୧୫।୭: ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ସମୟ ଯେତେ ଗଡୁଛି ସସପେନ୍ସ ସେତେ ବଢୁଛି । ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଡିଏଫଓ ଏବଂ ପତ୍ନୀ ଗଣମାଧ୍ୟମରେ ନିଜ ପକ୍ଷ ରଖିଥିବା ବେଳେ ପ୍ରତିକ୍ରିୟା ରଖିଛନ୍ତି ରୋଷେୟା ମନ୍ମଥ କୁମ୍ଭ ମୁହଁ ଖୋଲିଛନ୍ତି । ସେପଟେ ପୋଲିସ ତାଙ୍କ ପରିବାରର ଅଭିଯୋଗ କ୍ରମେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ପାରଳାଖେମୁଣ୍ଡିରେ କାର୍ଯ୍ୟରତ ସହକାରୀ ବନ ସଂରକ୍ଷକ ଘର ଭିତରେ ପୋଡି ହୋଇ ଚିକିତ୍ସାଧୀନ ଅବସ୍ଥାରେ କଟକରେ ମଙ୍ଗଳବାର ଦିନ ଆଖି ବୁଜିଥିଲେ । ଘଟଣାର ଗୋଟିଏ ଦିନ ପରେ ସୌମ୍ୟରଞ୍ଜନଙ୍କ ପରିବାରଲୋକ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ । ଏଥିରେ ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଓ ସୌମ୍ୟରଞ୍ଜନଙ୍କ ସ୍ତ୍ରୀ ବିଦ୍ୟାଭାରତୀଙ୍କ ସହ ରୋଷେୟାଙ୍କର ସମ୍ପୃକ୍ତି ରହିଥିବା ଏବଂ ପୋଡିମାରି ଦେଇଥିବା ଅଭିଯୋଗ ପରେ ପାରଳାଖେମୁଣ୍ଡି ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ଏହି ଘଟଣାରେ ଅଭିଯୁକ୍ତ ଥିବା ବନଖଣ୍ଡ ଅଧିକାରୀ ସଂଗ୍ରାମ କେଶରୀ ବେହେରା ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନଥିବା ବେଳେ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି କହିଥିଲେ । ସମାନ ଭାବରେ ତାଙ୍କ ସ୍ତ୍ରୀ ମଧ୍ୟ ଅଭିଯୋଗକୁ ଖଣ୍ଡନ କରିବା ସହ ଡିଏଫଓଙ୍କ ସହ କୌଣସି ସମ୍ପର୍କ ନଥିବା ସଫେଇ ଦେଇଥିଲେ । କିନ୍ତୁ ସନ୍ଦେହ ଘେରରେ ରହିଥିବା ରୋଷେୟା ବିଳମ୍ବରେ ହେଲେ ନିଜ ମୁହଁ ଖୋଲି ସେ ଚିତ୍କାର ଶୁଣି ଉଦ୍ଧାର କରିବାକୁ ଯାଇଥିବା ବେଳେ ଅନ୍ୟ କୌଣସି ଘଟଣା ସମ୍ପର୍କରେ ଅବଗତ ନଥିବା କହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍