
ନୀଳଗିରି : ତୁଳସୀ ଦୁଇପତ୍ରରୁ ବାସେ।ଆଉ ଏଭଳି ବାସନା ନୀଳଗିରି ଆଦିବାସୀ ବହୁଳ ଅଞ୍ଚଳରେ ଆସିଥିଲା।ଫଳ ସ୍ୱରୂପ ଜଣେ ଛାତ୍ର ପାଠପଢି ନିଜକୁ ଆଜି ଜଣେ ଇସ୍ରୋର ବୈଜ୍ଞାନିକ ଭାବେ ଗଢି ତୋଳିଛନ୍ତି।ସେ ହେଉଛନ୍ତି ବାଲେଶ୍ଵର ଜିଲ୍ଲା ଅଙ୍ଗାରଗଡ଼ିଆ ଅଂଚଳର ଅଭିଷେକ ପରିଡା।
ଡ଼ଃ ଗଜେନ୍ଦ୍ର ପ୍ରସାଦ ପରିଡା ଓ ମାତା ମିନାକ୍ଷୀ ନଳିନୀ ରାଉତଙ୍କ ପୁଅ ଅଭିଷେକ ।ପ୍ରର୍ବରୁ ବାପା ସ୍ଵର୍ଣଚୁଡ଼ ମହାବିଦ୍ୟାଳୟରେ ଅଧ୍ୟକ୍ଷ ଥିବା ବେଳେ ମାତା ମିତ୍ରପୁର ଚାଚାଜି ହାଇସ୍କୁଲରେ ପ୍ରଧାନ ଶିକ୍ଷୟିତ୍ରୀ ଆଛନ୍ତି। ଅଭିଷେକ ପିଲାଦିନେ ଅଯୋଧ୍ୟା ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ବେଳେ ସେ ଅଯୋଧ୍ୟା ଗାଁ ୟୁପି ଓ ଏମଇ ସ୍କୁଲରେ ପାଠ ପଢିଥିଲେ । ଏହାପରେ ବାଲେଶ୍ଵରରେ ହାଇସ୍କୁଲରେ ପାଠ ପଢିବା ପରେ ତାଙ୍କର ଦକ୍ଷତା ପ୍ରତିପାଦନ କରିଥିଲେ।
ନିଜକୁ ବୈଜ୍ଞାନିକ ହେବାର ସ୍ୱପ୍ନ ଦେଖି ମନ ଲଗାଇ ପାଠ ପଢି ଚାଲିଥିଲେ। ଆଇଆଇଟି ଭୁବନେଶ୍ୱରରୁ ଏମଟେକରେ ୨୦୧୯ ମସିହାରେ ସେ ଟପ୍ପର ହୋଇଥିଲେ।ପରେ ଅମେରିକାର ମଲଟି ନାସନାଲ କମ୍ପାନୀରେ ଚାକିରୀ କରିଥିଲେ।ହେଲେ ମନଥିଲା ଇସ୍ରୋର ଏକ ବୈଜ୍ଞାନିକ ହେବାକୁ।ପରେ ଗତ ମର୍ଚ୍ଚମାସ ପରୀକ୍ଷା ଦେବାପରେ ଜୁନ ୨ ତାରିଖରେ ସେ ଇସ୍ରୋର ବୈଜ୍ଞାନିକ ହୋଇପାରିଛନ୍ତି।ତାଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବାସଭବନରେ ସମ୍ବର୍ଦ୍ଧିତ କରି ତାଙ୍କର ଉତ୍ତରତର କାମନା କରିଛନ୍ତି।ସେପଟେ ଯୁବ ବୈଜ୍ଞାନିକ ଦେଶ ପାଇଁ ସେବା କରିବାକୁ ଏକ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମଣିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍