March 10, 2026

ବରମୁଣ୍ଡା ବ୍ରିଜ ତଳ ନାଳ ଭିତରୁ ପୁଣି ଅଜଣା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପୁଣି ବରମୁଣ୍ଡା ବ୍ରିଜ ତଳ ନାଳ ଭିତରୁ ଖଣ୍ଡଗିରି ଥାନା ପୁଲିସ ଏକ ଅଜଣା ମୃତଦେହ ଉଦ୍ଧାର କରିଛି। ତା’ ସହିତ ଏକ ବାଇକ (ଓଡି୦୨କ୍ୟୁ ୨୯୬୫)ମଧ୍ୟ ଉଦ୍ଧାର ହୋଇଛି। ଉଦ୍ଧାର ହୋଇଥିବା ଗାଡ଼ିଟିର ଡାହାଣ ପାର୍ଶ୍ଵ ଲେଗ୍ ଗାର୍ଡ ଭାଙ୍ଗି ଯାଇଛି। ଏହା ସହ ପୁଲିସ ଉଦ୍ଧାର କରିଥିବା ମୃତକର ବେକରେ କଟା ଦାଗ ସହ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଛି।

 

 

ସୂଚନାଯୋଗ୍ୟ, ନିକଟ ଅତୀତରେ ଏହି ନାଳରୁ ଏକ କଟା ଗୋଡ଼ ମିଳିଥିଲା, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା | ଏବେ ଯୁବକଙ୍କ ମୃତଦେହ ଉଦ୍ଧାର ପରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି |

Spread the love