March 11, 2026

ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି

 

ଭୁବନେଶ୍ୱର: ଆଜି ପଡୁଛି ଏ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଗ୍ରହଣ।  ଦିନ ଗୋଟାଏ ୨ ମିନିଟ ୨୨ ସେକେଣ୍ଡରେ ଆରମ୍ଭ ହୋଇ ଅପରାହ୍ନ ୫ଟା ୨୩ ମିନିଟ ୨୨ ସେକେଣ୍ଡ ପର୍ଯ୍ୟନ୍ତ ଚାଲିବ ଏହି ଚନ୍ଦ୍ରଗ୍ରହଣ । ଭାରତ, ଆମେରିକା, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଏବଂ ଏସିଆ ମହାଦେଶ ଅଂଚଳରେ ଦେଖାଯିବ।

ତେବେ ଏହା ଉପଛାୟା ଚନ୍ଦ୍ରଗ୍ରହଣ ହୋଇଥିବାରୁ ଖାଲି ଆଖିରେ ଦେଖାଯିବ ନାହିଁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଆଜିର ଚନ୍ଦ୍ରଗ୍ରହଣକୁ ବେଶ ପ୍ରଭାବଶାଳୀ କୁହାଯାଉଛି ।  ତେବେ ଉପଛାୟାକୁ ଖାଲି ଆଖିରେ ସମ୍ଭବ ନୁହେଁ।

ଜ୍ୟୋତିର୍ବିଦ ଦିବାକର ମିଶ୍ର କହିଛନ୍ତି, ଏହି ଗ୍ରହଣରେ ପ୍ରଭାବ ଦେବନୀତି, ପାକନୀତି ଉପରେ ପଡ଼ିବ ନାହିଁ। ଯେହେତୁ ଏହି ଗ୍ରହଣ ଏକ ଉପଛାୟା, ତେଣୁ ହାଣ୍ଡିଛାଡ଼ କରିବାର ଆବଶ୍ୟକତା ନାହିଁ। ଏପରିକି ଧର୍ମୀୟ ଶାସ୍ତ୍ରରେ ଏହାର ପାଳନ କରିବାର କୌଣସି ନିୟମ ମଧ୍ୟ ନାହିଁ।

କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମା ତିଥି ସହ ସୋମବାରରେ ଏହି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏହାର ଅନେକ ଗୁରୁତ୍ୱ ରହିଥିବା କହିଛନ୍ତି ଜ୍ୟୋତିର୍ବିଦ। ଏହା ପୂର୍ବରୁ ୧୦ ଜାନୁଆରୀ, ୫ ଜୁନ, ୫ ଜୁଲାଇରେ ମଧ୍ୟ ଚନ୍ଦ୍ରଗ୍ରହଣ ପଡ଼ିଥିଲା ।

Spread the love