September 14, 2025

ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ

ଭୁବନେଶ୍ବର: ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ ଙ୍କ ସଭାପତିତ୍ୱ ରେ ଶଙ୍ଖ ଭବନ ରେ ଆଜି ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି .
ଏହି ଅବସରରେ ଶ୍ରୀ ପଟନାୟକ କହିଲେ ଯେ ଡବଲ ଇଞ୍ଜିନ ସରକାର ଆଠ ମାସ ହେଲା ଦାୟିତ୍ୱ ନେଲଣି.କିନ୍ତୁ ତାଙ୍କ ଦୃଷ୍ଟିଭଙ୍ଗୀ ଓ କାର୍ଯ୍ୟଧାରା ରେ ଓଡିଶା ତଥା ଓଡିଶା ବାସୀ ଙ୍କ ସ୍ୱାର୍ଥ ର ସୁରକ୍ଷା ପ୍ରତିଫଳିତ ହେଉ ନାହିଁ. କେନ୍ଦ୍ର ବଜେଟ ଠାରୁ ଆରମ୍ଭ କରି ରେଳ ବଜେଟ,ପୋଲାବରମ,ମହାନଦୀ ,ପୂର୍ବତଟ ରେଳ ,ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଆଦି ବିଭିନ୍ନ କ୍ଷେତ୍ରରେ ଓଡିଶା ର ସ୍ୱାର୍ଥ ଉପେକ୍ଷିତ. ସେହିପରି ଧାନ ସଂଗ୍ରହ ପ୍ରକ୍ରିୟା ,ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ,ଆର୍ଥିକ କୁପରିଚାଳନା ତଥା ମିଶନ ଶକ୍ତି ଗୋଷ୍ଠୀ ଙ୍କ ସମସ୍ୟା ଆଇନ ଶୃଙ୍ଖଳା ଆଦି ବିଭିନ୍ନ ପ୍ରସଙ୍ଗ ରେ ରାଜ୍ୟ ସରକାରଙ୍କ ଅପାରଗତା ଜନ ଅସନ୍ତୋଷ ସୃଷ୍ଟି କରିଛି ବୋଲି ଶ୍ରୀ ପଟନାୟକ କହିଥିଲେ

ତେଣୁ ଏକ ଦାୟିତ୍ୱ ପୂର୍ଣ୍ଣ ବିରୋଧୀ ଦଳ ଭାବରେ ବିଜେଡି ଓଡିଶା ଓ ଓଡିଶା ବାସୀଙ୍କ ସ୍ୱାର୍ଥ ଙ୍କ ର ସ୍ୱାର୍ଥ ର ସୁରକ୍ଷା ପାଇଁ ବିଜେଡି ବିଧାନସଭା ରେ ଦୃଢ଼ ସ୍ୱର ଉଠାଇବ ବୋଲି ଶ୍ରୀ ପଟନାୟକ କହିଥିଲେ.ଅନ୍ୟ ମାନଙ୍କ ମଧ୍ୟରେ ବିଧାୟକ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ,ବିଧାୟକ ଶ୍ରୀ ରାଜା ସ୍ୱାଇଁ,ବିଧାୟକ ଶ୍ରୀ ଅରୁଣ ସାହୁ,ବିଧାୟକ ଶ୍ରୀ ଅରବିନ୍ଦ ମହାପାତ୍ର , ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ ବିଧାୟକ ଶ୍ରୀ ଗଣେଶ୍ୱର ବେହେରା.,ବିଧାୟକ ଶ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ.ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ.

Spread the love