
ପାଟନ୍ : ଗୁଜରାଟର ପାଟନ୍ ଜିଲ୍ଲାରେ ଶନିବାର ଏକ ଏସୟୁଭି କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାକୁ ଲାଗିଥିବା ଏକ ଚାଷଜମି ଭିତରକୁ ମାଡ଼ି ଯାଇଥିଲା। ଫଳରେ ସେଠାରେ କାମ କରୁଥିବା ୩ଜଣ ଚାଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ପୋଲିସର କହିବା ଅନୁସାରେ ଏହି ଦୁର୍ଘଟଣା ଜାତୀୟ ରାଜପଥରେ ଥିବା କଲ୍ୟାଣପୁରା ଗାଁରେ ଶନିବାର ସକାଳ ୮ଟାରେ ହୋଇଥିଲା। କାର୍ର ବେଗ ଏତେ ଥିଲା ଯେ ରାସ୍ତାରୁ ବାହାରି ଚାଷଜମିରେ ମାଡ଼ିଯାଇଥିଲା। ଫଳରେ ସେଠାରେ କାମ କରୁଥିବା ୩ଜଣ ଚାଷୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।
ମୃତକଙ୍କ ପରିଚୟ ଧନଭାଇ ଠାକୋର(୩୦),ପ୍ରଭୁ ଠାକୋର(୩୫) ଏବଂ ନାଭା ଠାକୋର(୪୦) ବୋଲି ଜଣା ପଡ଼ିଛି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ରାଧନପୁର ହସ୍ପିଟାଲକୁ ପଠାଯାଇଛି।
ଗାଡ଼ି ଚାଳକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ। ଚାଳକ କଚ୍ଛରୁ ଗୋଟିଏ ପରିବାରକୁ ନେଇ ପାଳନପୁର ନେଇ ଯାଉଥିଲା। ଏୟାରବ୍ୟାଗ୍ ଖୋଲିଯିବାରୁ କାରରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିଲେ।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍