September 12, 2025

କରୋନା ଛଡାଇ ନେଲା ରଜର ମଜା

 

ଆଜିଠୁ ଆରମ୍ଭ ହୋଇଛି ଓଡ଼ିଆ ମାନଙ୍କର ଗଣ ପର୍ବ ରଜ।ଏହି ପର୍ବକୁ ୩ଦିନ ଧରି ପାଳନ କରାଯାଇଥାଏ। କିନ୍ତୁ  ଚଳିତ ବର୍ଷ ରାଜ୍ୟରୁ କରୋନା ସଙ୍କଟ ଟଳି ନଥିବାରୁ ଝିଅମାନେ ଘରେ ସଜବାଜ ହୋଇ ପିଠା ଖାଇ ରଜ ପାଳୁ ଥିବାର ଦେଖିବାକୁ ମିଳିଛି।

ଘରେ ଘରେ ରଜ ପର୍ବ ପାଳନ କରୁଥିଲେ ମଧ୍ୟ ପୂର୍ବ ଭଳି ରଜର ମଜା ଦେଖିବାକୁ ମିଳୁନି। ଗାଁରୁ ସହର ଯାଏ ସବୁଠି ଖାଁ ଖାଁ। ନା ଅଛି ଦୋଳି ଖେଳ ନା ପୁଚି ଖେଳର ମଜା। ଏପରିକି ଗାଁଗଣ୍ଡାରେ ମଧ୍ୟ ପୁରୁଷ ମାନଙ୍କର ତାସ, କବାଡି, ଖୋ ଖୋ, ପସାପାଲି ଖେଳ। ସବୁଠି କରୋନା ଭୟ।ଏପଟେ ମନ୍ଦିର ବନ୍ଦ ଯୋଗୁଁ ଠାକୁର ଦର୍ଶନ ବି ମନା।
ଏପରିକି କରୋନା କଟକଣା ଯୋଗୁଁ ବନ୍ଧୁ ବନ୍ଧବଙ୍କ ଘରକୁ ଯିବାକୁ ମନା।ପୁଣି ଆରବର୍ଷକୁ ଦେଖା। ଏହି କୋଭିଡ ସମୟରେ ପରିବାର ଲୋକଙ୍କ ସହ ଘରେ ରହି ରଜ ପାଳନ କରିବାକୁ ବୁଦ୍ଧିଜୀବି ମାନେ ମତ ପ୍ରକାଶ କରିଛନ୍ତି।
Spread the love