October 20, 2025

ଚୀନ୍‌ରେ କୋଭିଡ-୧୯ ସଂକ୍ରାମିତଙ୍କ ସଂଖ୍ୟା ୬୭ ହଜାର: ମୃତ୍ୟୁସଂଖ୍ୟା ୧୭୦୦ ଟପିଲା

ବେଜିଂ,୧୬/୨: ଚୀନ୍‌ରେ କୋଭିଡ-୧୯ ବା କରୋନା ଭୂତାଣୁ ସଂକ୍ରାମିତଙ୍କ ସଂଖ୍ୟା ୬୭ ହଜାର ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ଇତିମଧ୍ୟରେ ୧୭୦୦ ଟପିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଚୀନ୍ ଜାତୀୟ ସ୍ୱାସ୍ଥ୍ୟ କମିଶନ ପକ୍ଷରୁ କୁହାଯାଇଛି, ୩୧ଟି ପ୍ରଦେଶରେ ଶୁକ୍ରବାର ରାତି ସୁଦ୍ଧା ୧୪୩ ଜଣଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ୨,୬୪୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଗୁରୁବାର ତୁଳନାରେ ଶୁକ୍ରବାର ଏହି ସଂଖ୍ୟା ଦୁଇଗୁଣ ହୋଇଛି। କରୋନା ଭୂତାଣୁ ସଂକ୍ରମଣ ରୋକିବାରେ ଦେଶର ସ୍ୱାସ୍ଥ୍ୟ ବିଭାଗର ତତ୍ପରତାରେ ତ୍ରୁଟି ରହିଥିବା ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସ୍ୱୀକାର କରିଛନ୍ତି। ଇତିମଧ୍ୟରେ ଚୀନ୍ କର୍ତ୍ତୃପକ୍ଷ କରୋନା ଭୂତାଣୁରେ ସବୁଠାରୁ ଅଧିକ ସଂକ୍ରମିତ ହୋଇଥିବା ହୁବେଇ ପ୍ରଦେଶର ୫୬ ନିୟୁତ ଲୋକଙ୍କୁ ଅଲଗା ରଖି ଚିକିତ୍ସା କରୁଛନ୍ତି। ଚୀନ୍ ବାହାରେ ୬୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇଥିବା ଜଣାପଡ଼ିଛି।

Spread the love