ଭୁବନେଶ୍ୱର,୩/୧: ବର୍ଷ ୨୦୨୦ ଜାନୁଆରୀ ପହିଲାରୁ ରାଜ୍ୟରେ ଟ୍ରାଫିକ୍ ନିୟମ କଡାକଡି ହୋଇଛି। ଏଣିକି ଟ୍ରାଫିକ୍ ନିୟମ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଗାଡ଼ି ଚଳାଇବାବେଳେ ମୋବାଇଲରେ ଫୋନର ବ୍ୟବହାର କଲେ ଜୋରିମାନା ସହ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ। ଏଥିସହ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ଲାଇସେନ୍ସ ରଦ୍ଦ କରାଯିବ। ଏହା ସହ ମାଲବୁହା ଗାଡିରେ ଯାତ୍ରୀ ବୋହିଲେ, ଗାଡ଼ିରେ ଓଭର ଲୋଡିଂ ହୋଇଥିଲେ ଏବଂ ଅଧିକ ବେଗରେ ଗାଡ଼ି ଚଳାଇଲେ ମଧ୍ୟ ଲାଇସେନ୍ସ ବାତିଲ ହେବ। ଏ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ୱାରା ଦୁର୍ଘଟଣା ହାର ୨୦ ପ୍ରତିଶତ କମାଇବାକୁ ପ୍ରାଥମିକ ଲକ୍ଷ୍ୟ ରଖାଯାଇଛି। ସୂଚନାଯୋଗ୍ୟ, ଟ୍ରାଫିକ୍ ନିୟମକୁ କଡାକଡି ଭାବେ ପାଳନ କରିବାକୁ ବୁଧବାର ସମସ୍ତ ଆରଟିଓଙ୍କୁ ପରିବହନ କମିସନର ଚିଠି ଲେଖିଥିଲେ। ମୋବାଇଲରେ ଗପିବା ସହ ନାଲିବତୀ ଡେଇଁବା, ନିର୍ଦ୍ଧାରିତ ବେଗରୁ ଅଧିକରେ ଗାଡ଼ି ଚଲାଇବା, ଓଭରଲୋଡିଂ ଆଦି ଅଭିଯୋଗରେ ଧରାପଡ଼ିଲେ ସମ୍ପୃକ୍ତ ଚାଳକଙ୍କର ଲାଇସେନ୍ସ ବାତିଲ ହେବ ବୋଲି ଚିଠିରେ ଉଲ୍ଲେଖ ଉଲ୍ଲେଖ ରହିଛି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍