August 24, 2025

ଦୁଷ୍କର୍ମକାରୀକୁ ୨୦ ବର୍ଷର ସଜା ସହ ୧୫ ହଜାର ଟଙ୍କା ଜରିମାନା

 

ନୂଆପଡ଼ା: ୨୦୧୮ ମସିହାର ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ନୂଆପଡ଼ା ପୋକ୍ସୋ କୋର୍ଟ ଜଣେ ଦୋଷୀକୁ ୨୦ ବର୍ଷର ସଜା ଶୁଣାଇଛନ୍ତି। ଏହାସହ ଦୁଷ୍କର୍ମକାରୀକୁ ୧୫ ହଜାର ଟଙ୍କାର ଜରିମାନା ବି କରାଯାଇଛି।

୨୦୧୮ରେ ସଂପୃକ୍ତ ଅଭିଯୁକ୍ତ ନୂଆପଡ଼ା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଅଭିଯୁକ୍ତ ଜଣଙ୍କ ନାବାଳିକାକୁ ବାଇକରେ ଆଣି ଗାଁ ନିକଟ ଜଙ୍ଗଲରେ ଦୁଷ୍କର୍ମ କରିଥିଲା। ଏନେଇ ଅଭିଯୋଗ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିଲା।

ଗତକାଲି ସ୍ୱତନ୍ତ୍ର ଜଜ୍ ପୋକ୍ସୋ କୋର୍ଟ ମାମଲାର ବିଚାର କରି ଦୋଷୀକୁ ୨୦ବର୍ଷ ଜେଲ୍‌ ଦଣ୍ଡ ସହ ୧୫ ହଜାର ଟଙ୍କା ଜରିମାନା କରିଛନ୍ତି।

Spread the love