March 10, 2026

ଦଳିଦେଲା ହାତୀ: ୨ ମୃତ ଓ ୪ ଗୁରୁତର

ଯାଜପୁର,୨୪/୧: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଶଙ୍ଖଚିଲା ଗୋଡ଼ିପାଟଣା ଗାଁ’ରେ ଗୁରୁବାର ସନ୍ଧ୍ୟାରେ ଜଙ୍ଗଲୀ ହାତୀ ଆକ୍ରମଣରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକଦ୍ୱୟ ହେଲେ ଈଶ୍ୱର ଦାସ(୫୫) ଓ ଚିନ୍ତାମଣି ରାମ(୬୫)। ହାତୀଟିକୁ ଘଉଡାଇବାବେଳେ ଏଭଳି ଘଟଣା ଘଟିଥିବା ଜଣାପଡିଛି। ସୂଚନା ଅନୁଯାୟୀ, ଶଙ୍ଖଚିଲା ଗୋଡ଼ିପାଟଣା ଗାଁ ନିକଟସ୍ଥ ବିଲ ଭିତରକୁ ଏକ ଜଙ୍ଗଲୀ ହାତୀ ପଶି ଆସିଥିଲା। ଏହି ହାତୀକୁ କିଛିଲୋକ ବିଲ ଭିତରୁ ଘଉଡ଼ାଇବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଈଶ୍ୱର ଦାସ(୫୫), ଚିନ୍ତାମଣି ରାମ(୬୫), ମନୋରଞ୍ଜନ ପରମାଣିକ (୨୯) ଓ ପବନା ଗୁରୁ (୫୨)ଙ୍କ ସମେତ ଆଉ ଦୁଇଜଣ ଜଙ୍ଗଲୀ ହାତୀ ଆକ୍ରମଣର ଶିକାର ହୋଇଥିଲେ। ଈଶ୍ୱର ଦାସ ଓ ଚିନ୍ତାମଣି ରାମଙ୍କୁ ଘଟଣାସ୍ଥଳରେ ହାତୀ ଦଳି ଦେଇଥିବାବେଳେ ମନୋରଞ୍ଜନ, ପବନା ଓ ଅନ୍ୟ ଦୁଇଜଣ ଗୁରୁତର ଭାବେ ଆହତ ହୋଇଥିଲେ। ଈଶ୍ୱର ଦାସ ଓ ଚିନ୍ତାମଣିଙ୍କୁ ଯାଜପୁର ରୋଡ ଚିକିତ୍ସାଳୟକୁ ଆଣାଯାଇ ଥିଲେ ହେଁ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।

Spread the love