March 25, 2026

୧୮୧ କୋଟି ଟଙ୍କାର ଜିଏସ୍‌ଟି ଠକେଇ: ୨ ଗିରଫ

ରାଉରକେଲା,୨୪/୧: ୧୮୧ କୋଟି ଟଙ୍କା ଜିଏସ୍‌ଟି ଠକେଇ ଅଭିଯୋଗରେ ରାଜ୍ୟ ଏବଂ ରାଉରକେଲା ଜିଏସ୍‌ଟି ବିଭାଗ ପକ୍ଷରୁ ଗୁରୁବାର ଦୁଇଜଣଙ୍କୁ ଗିରଫ କରାଯାଇଛି। ଗିରଫଦ୍ୱୟ ହେଲେ ଅମିତ ଅଗ୍ରୱାଲ ଓରଫ ସୋନୁ ଅଗ୍ରୱାଲ ଏବଂ ତା’ର ଅନ୍ୟ ଜଣେ ସହଯୋଗୀ ସୁଭାଷ ସ୍ୱାଇଁ। ବିଭିନ୍ନ ଲୋକଙ୍କ ନାମରେ ଜାଲ ବିଲ ଏବଂ ଚାଲାଣ କାଟି ଅମିତ ବାହାର ରାଜ୍ୟକୁ କୋଟି କୋଟି ଟଙ୍କାର ଇନଗଟ ଏବଂ ସ୍ପଞ୍ଜ ଆଇରନ ସପ୍ଲାଇ କରୁଥିଲା। ସୁଭାଷ ମଧ୍ୟ ନିଜ ନାମରେ ଜାଲ କମ୍ପାନୀ କରି ବାହାର ରାଜ୍ୟକୁ ଏହି ସାମଗ୍ରୀ ଚାଲାଣ କରୁଥିଲା। ଏହି ଜାଲ ଜିଏସ୍‌ଟି କାରବାରରେ ବହୁ ସ୍ପଞ୍ଜ ଆଇରନ କାରଖାନା ଏବଂ ଅନ୍ୟ କିଛି ପ୍ଲାଣ୍ଟ ସାମିଲ ଥିବା ବିଭାଗୀୟ ତଦନ୍ତରୁ ଜଣାପଡ଼ିଛି। ଘଟଣାର ଅଧିକ ତଦନ୍ତ ଜାରିରହିଛି। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛିl

Spread the love