July 13, 2025

IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ

 

ଭୁବନେଶ୍ୱର: IFS ଅଭୟ ପାଠକଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ । ବୈଦ୍ୟନାଥପୁର ଥାନା ମାମଲାରେ ଜାମିନ ମିଳିଥିବା ନେଇ ସୂଚନା ମିଳିଛି। ୨ ଲକ୍ଷ ଟଙ୍କାର ୨ ଜାମିନଦାରଙ୍କ ବଦଳରେ ଜାମିନ ମିଳିଛି। ଅଭୟଙ୍କ ଓକିଲ ତଥା ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟଙ୍କ ଏନେଇ ସୂଚନା ଦେଇଛନ୍ତି । ମୋଟ ୩ ଟି ମାମଲାରୁ ପୂର୍ବରୁ ୨ଟି ମାମଲାରେ ଜାମିନ ପାଇସାରିଛନ୍ତି । ସମସ୍ତ ମାମଲାରେ ଜାମିନ ପାଇଥିବାରୁ ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଥିବା ନେଇ ଜଣାପଡ଼ିଛି। ଅଭୟଙ୍କୁ ଜାମିନ ମିଳିଥିଲେ ବି ପୁଅ ଆକାଶ ପାଠକଙ୍କୁ ଜାମିନ୍ ମିଳିଲାନି । ଆକାଶଙ୍କ ନାଁରେ ଥିବା କ୍ରାଇମବ୍ରାଞ୍ଚ ମାମଲାରେ ଜାମିନ ନାମଞ୍ଜୁର ହୋଇଛି।

ତେବେ ଅଭୟଙ୍କ ନାଁରେ ମାମଲା ହୋଇଥିବାରୁ ତାଙ୍କୁ  ବାଧ୍ୟତାମୂଳକ ଅବସର ଦିଆଯାଇଛି। ୧୯୮୭ ବ୍ୟାଚର IFS ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦେବା ନେଇ ରାଜ୍ୟ ସରକାର କରିଥିବା ସୁପାରିଶ ଉପରେ ମେ’ ୩ ତାରିଖରେ ମୋହର ମାରିସାରିଛନ୍ତି ରାଷ୍ଟ୍ରପତି। ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ କରାଯାଇଛି। ଉଭୟ ପାଠକ ବାପ ପୁଅ ଏବେ ଜେଲରେ ଅଛନ୍ତି।
ଆହୁରି ପଢ଼ନ୍ତୁ

Spread the love