January 21, 2026

ଜରିପଡ଼ା ସେବା ସମବାୟ ସମିତିରେ ସମବାୟ ସପ୍ତାହ ପଳନ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ଜରିପଡ଼ା ଗ୍ରାମପଞ୍ଚାୟତର ଜରିପଡ଼ା ସେବା ସମବାୟ ସମିତି ସମବାୟ ସପ୍ତାହ ପାଳନ କରାଯାଇଛି, ଉକ୍ତ ସମବାୟ ସପ୍ତାହ କାଯ୍ୟକ୍ରମ ତା ୧୪.୧୧.୨୩ ଠାରୁ ୨୦.୧୧.୨୩ରିଖ ପଯ୍ୟନ୍ତ କରାଯିବ ବୋଲି ଜରିପଡ଼ା ସମବାୟ ସମିତିର ସଂପାଦକ ପ୍ରଦୀପ ଶ୍ରୀଚନ୍ଦନ ପ୍ରକାଶ କରିଛନ୍ତି। ଏହି ଅନୁଷ୍ଠିତ କାର୍ଯ୍ୟକ୍ରମରେ ପତକା ଉତ୍ତୋଳନ କରାଯିବା ସହ ମିଠା, ସେଓ ଇତ୍ୟାଦି ବଣ୍ଟନ କରାଯାଇଥିଲା। ପ୍ରତ୍ର୍ୟୁଷ ଏହି କାର୍ଯ୍ୟକ୍ରମ କରାଯାଇ ଥିଲା।

ଏହି କାର୍ଯକ୍ରମରେ ଜରିପଡ଼ା ସମବାୟ ସମିତର ସଭାପତି ଦାମୋଦର ଜେନା, ସମବାୟ ସମିତର ସମ୍ପାଦକ ପ୍ରଦୀପ ଶ୍ରୀଚନ୍ଦନ, ସମବାୟ ସମିତର କର୍ମଚାରୀ ଓ ସଭ୍ୟମାନେ ଉପସ୍ଥିତ ଥିଲେ। ସମବାୟ ସମିତର ସଭାପତି ଓ ସମ୍ପାଦକ ନିଜର ବକ୍ତବ୍ୟରେ ଚାଷୀମାନଙ୍କୁ ସମବାୟ ସପ୍ତାହ ପାଳନ କରାଯିବାର ତାର୍ପଯ୍ୟ ଓ ଚାଷୀମାନଙ୍କର ଭୂମିକା ବିଷୟରେ ବୁଝାଇଥିଲେ।

ଚାଷୀମାନେ ମଧ୍ୟ ବିଭିନ୍ନ ଚାଷ ବିଷୟରେ ପଚାରି ବୁଝିଥିଲେ । ଜରିପଡ଼ା, କଳକଲେଶ୍ୱର୍, ଚଣ୍ଡେଶ୍ୱର୍, ସୋରଣ, ମାନସିଂହ ପୁର ଇତ୍ୟାଦି ଚାଷୀ ମାନେ ଉପସ୍ଥିତ ଥିଲେ।

ଯଦୁମଣୀ ବେହେରା, ପ୍ରତିନିଧି

ଯଦୁମଣୀ ବେହେରା, ଖବର ପ୍ରତିନିଧି, ଚିଲିକା

Spread the love