ବୀରମିତ୍ରପୁର: ଜାତୀୟ ସ୍ତରୀୟ ମହିଳା ଫୁଟବଲ ଖେଳାଳିଙ୍କ ପାଇଁ ଓଡିଶା ସରକାରଙ୍କ ବହୁ ଗୁଡିଏ ଯୋଜନା ରହିଛି l ତେବେ ସେ ଯୋଜନା ପ୍ରକୃତ ରେ କାର୍ଯ୍ୟକାରୀ ହୋଇପାରୁ ନାହିଁ l ବହୁତ ଗୁଡିଏ ଖେଳାଳି ଏ ଯୋଜନାରୁ ବାଦ ପଡୁଛନ୍ତି l ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ପୌରାଞ୍ଚଳରେ।
ସୁନ୍ଦରଗଡ଼ ଜିଲ୍ଲା ହେଉଛି ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏ ଜିଲ୍ଲାରେ ଖେଳାଳିଙ୍କ ଅଭାବ ନାହିଁ । ହକି, ଫୁଟବଲ ଭଲି ସମସ୍ତ ପ୍ରକାର ପ୍ରତିଭାଶାଳୀ ଖେଳାଳି ଏ ସୁନ୍ଦରଗଡ଼ ଜିଲ୍ଲାରେ ଭରି ରହିଛନ୍ତି I ତେବେ ଆମେ କହୁଛୁ ସେହି ଭଳି ଏକ ପ୍ରତିଭାଶାଳୀ ଜାତୀୟ ସ୍ତରୀୟା ମହିଳା ଫୁଟବଲ ଖେଳାଳି ଗୁଡ୍ଡି ତିର୍କୀଙ୍କ କଥା l ଗୁଡ୍ଡି ତିର୍କୀ ବସବାସ କରନ୍ତି ବୀରମିତ୍ରପୁର ପୌରାଞ୍ଚଳ ସ୍ଥିତ ହଳଦିଆ ଦଫେଇରେ l ଯେ କି ୨୦୧୬ ମସିହାରେ ମଧ୍ୟ ପ୍ରଦେଶ ସ୍ଥିତ ଜବଲପୁରରେ ଖେଳା ଯାଉଥିବା ସର୍ବ ଭାରତୀୟ ଫୁଟବଲ ଚାମ୍ପିୟନସିପ୍ରେ ଭାଗ ନେଇ ତୃତୀୟ ସ୍ଥାନ ହାସଲ କରି ଓଡିଶାର ନାଁ ଭାରତରେ ପରିଚିତ କରିଥିଲେ l ଆଖିରେ ସ୍ଵପ୍ନ ଥିଲା ଫୁଟବଲ ଖେଳାଳି ହୋଇ ନିଜ ଅଞ୍ଚଳ , ଜିଲ୍ଲା ସମେତ ଓଡିଶାର ନାଁ ଭାରତରେ ପରିଚିତ କରିବେ ବୋଲି।
ତେବେ ଅର୍ଥାଭାବ ହିଁ ସବୁ ଅନର୍ଥର କାରଣ ସାଜି ଥିବାରୁ ଏବଂ ସରକାରୀ କଳର ଅସହଯୋଗ ପାଇଁ ଆଜି ଜାତୀୟ ସ୍ତରୀୟା ଜନୈକା ମହିଳା ମେଧାବୀ ଖେଳାଳୀ ଆନ୍ତର୍ଜାତିୟ ସ୍ଥରକୁ ଯାଇ ନିଜର ପରାକାଷ୍ଠା ପ୍ରଦର୍ଶନ କରିବା ପରିବର୍ତ୍ତେ ପେଟ୍ରୋଲ ପମ୍ପ କର୍ମଚାରୀ ଭାବେ ନିଜର ଓ ପରିବାରର ପେଟ ପାଟଣା ସକାଶେ କାର୍ଯ୍ୟରତ ଥିବା ପରିଲକ୍ଷିତ ହୋଇଛି । ଏହି ମହିଳା ଫୁଟବଲ ଖେଳାଳିଙ୍କ ପ୍ରତି ସରକାରୀ ଖେଳ ବିଭାଗ ଓ ଜିଲ୍ଲା ପ୍ରଶାସନର ଦୃଷ୍ଟି ପଡିଲେ ହୁଏତ ଆଗାମୀ ଦିନରେ ସେ ନିଜର ସ୍ଵପ୍ନ ସାକାର କରିପାରନ୍ତେ । ଦେଖିବାକୁ ବାକି ରହିଲା କେବେ ସରକାରୀ କଳ ଓ ପ୍ରଶାସନ ଏହି ମହିଳା ଫୁଟବଲ ଖେଳାଳିଙ୍କ ପ୍ରତି ସହାୟ ହେଉଛନ୍ତି ।
More Stories
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍
ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ
ଲୁଟେରାଙ୍କୁ ଧରିବାକୁ କମିଶନରେଟ ପୋଲିସର ଆଣ୍ଟି ବର୍ଗଲାରୀ ସ୍କ୍ୱାର୍ଡ