February 12, 2026

କଟକରେ ପୁଣି ନକଲି ଘିଅ କାରଖାନା ଠାବ

 

କଟକ: କଟକରେ ପୁଣି ଠାବ କରାଯାଇଛି ନକଲି ଘିଅ କାରଖାନା। ସଦର ଥାନା ଅଞ୍ଚଳର ଗବଗସ୍ତରେ ନକଲି ଘିଅ କାରଖାନା ଠାବ କରିଛି ପୁଲିସ। କାରଖାନାରେ ନକଲି ଘିଅ କାରଖାନା ଠାବ କରାଯିବା ପରେ କାରଖାନାକୁ ସିଲ କରାଯାଇଛି। ମାଲଗୋଦାମରୁ ନକଲି ଘିଅ ଜବତ ହେବା ପରେ ତଦନ୍ତ ଚଳାଇଥିଲା ପୁଲିସ, ଯାହା ପରେ ଗବଗସ୍ତରେ ନକଲି ଘିଅ କାରଖାନା ଚାଲୁଥିବା ଜଣା ପଡ଼ିଥିଲା।

କିଛି ଦିନ ତଳେ ଚୌଦ୍ୱାରର ଏକ ନକଲି ଘିଅ ଓ ସସ୍ କାରଖାନା ଉପରେ ପୁଲିସ ଚଢାଉ କରିଥିଲା । ସେଠାରୁ ବିପୁଳ ପରିମାଣର ନାମୀଦାମୀ ବ୍ରାଣ୍ଡର ଘିଅ ଓ ସସ୍ ପୁଲିସ ଜବତ କରିଥିଲା । ନକଲି କାରଖାନା ଚାଲୁଥିବା ନେଇ ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ୯ ନମ୍ବର ୱାର୍ଡର ଗାର୍ଲସ ହାଇସ୍କୁଲ ନିକଟ କାରଖାନା ଉପରେ ଚଢାଉ କରିଥିଲା।
Spread the love