January 28, 2025

ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି

–ଖଣ୍ଡପଡ଼ାରେ ଜୋର ଧରିଲା ସୌମ୍ୟ ବିରୋଧୀ ମେଳି
–ଶହ ଶହ ବିଜେଡି କର୍ମୀଙ୍କ ସୌମ୍ୟ ବିରୋଧୀ ସମାବେଶ
–ବିଦେଶୀ ହଟାଓ ନାରାରେ କମ୍ପିଲା ଯୋଗିଯୋଗିଆଣୀ ବୌଦ୍ଧ ପୀଠ
–ଗାଁରେ ଗାଁରେ ବିରୋଧ କରିବେ ଶହ ଶହ ବିଜେଡି କର୍ମୀ
–ଅଣ୍ଡା-ଟମାଟୋ-ଗୋବର ମାଡ଼ ସହ ହେବ କଳାପତାକା ପ୍ରଦର୍ଶନ
–ନିଜକୁ ୧ ନମ୍ବର ବିଧାୟକ କହି ଆତ୍ମ ପ୍ରଚାର କରୁଥିବା ଅଯୋତ୍ୟ ବିଧାୟକଙ୍କୁ ଖଣ୍ଡପଡ଼ା ମନା
–କାଗଜ ବାଘକୁ ରିୟଲ ଟାଇଗର ଭାବିଥିଲେ ଖଣ୍ଡପଡ଼ାବାସୀ
–ଅସଲ ବିଜେଡି କର୍ମୀଙ୍କୁ ଅଣଦେଖା,ବିଧାୟକଙ୍କୁ ମହଙ୍ଗା ପଡ଼ିଲା
–ଖଣ୍ଡପଡ଼ା ବିଜେଡିରେ ବଢ଼ିଲା ଅସନ୍ତୋଷର ଝଡ଼

ଭୁବନେଶ୍ବର(ବ୍ୟୁରୋ ରିପୋଟ) : ଖଣ୍ଡପଡ଼ା ବିଜେଡିରେ ବଢ଼ିଲା ଅସନ୍ତୋଷକର ଝଡ଼ ା ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଂଜନ ପଟ୍ଟନାୟକଙ୍କୁ ବିରୋଧ କରି ଏକାଠି ହେଲେ ଶହ ଶହ ଅସଲ ବିଜେଡି କର୍ମୀ ା ଆମ ଓଡ଼ିଶା ପାର୍ଟିର ଅଧ୍ୟକ୍ଷ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଂଜନ ପଟ୍ଟନାୟକ ବିଜେଡିରେ ମିଶିବା ପରେ ଆମ ଓଡ଼ିଶା ପାର୍ଟି ବିଜେଡିରେ ବିଲିନ ହୋଇ ଯାଇଥିବା ନେଇ ଘୋଷଣା କରିଥିଲେ ଏବଂ ଏହା ପରେ ଖଣ୍ଡପଡ଼ା ବିଧାନସଭା ନିର୍ବାଚନରେ ହଜାର ହଜାର ସଂଖ୍ୟାରେ ବିଜେଡି କର୍ମୀ ଓ ଆମ ଓଡ଼ିଶା ପାର୍ଟିର କର୍ମୀ ବିପୁଳ ସମର୍ଥନ ଦେଇ ଶ୍ରା ପଟ୍ଟନାୟକଙ୍କୁ ସବୁଠାରୁ ଅଧିକା ଭୋଟରେ ବିଜୟୀ କରାଇଥିଲେ ା ତେବେ ସବୁଠାରୁ ବଡ଼ କଥା ହେଲା,ଶ୍ରୀ ପଟ୍ଟନାୟକ ବିଜେଡିରେ ରହି ଆତ୍ମଘାତୀ କାର୍ଯ୍ୟ ଚଳାଇଥିବା ବେଳେ ନିଜ ନିର୍ବାଚନମଣ୍ଡଳୀ ଖଣ୍ଡପଡ଼ାରେ ମଧ୍ୟ ସାଂଗଠନିକ ସ୍ତରରେ ଅନୁରୂପ ଭାବେ ଦେଖିବାକୁ ମିଳିଛି ା

ଶ୍ରୀ ପଟ୍ଟନାୟକ ନିଜର ଆମ ଓଡ଼ିଶା ପାର୍ଟିର କର୍ମୀ ଏବଂ ଅନୁଗତଙ୍କୁ ଧରି ଦଳୀୟ ସଭା,ସମିତି ଓ ଭାଷଣ ବାଜିରେ ବ୍ୟସ୍ତ ରହୁଛନ୍ତି ା ଫଳରେ ଖଣ୍ଡପଡ଼ାରେ ଅସଲ ବିଜେଡି କର୍ମୀଙ୍କୁ ଅଣଦେଖା ବିଧାୟକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ା ପ୍ରଥମେ ଶିଖରପୁର ପଂଚାୟତରେ,ଦ୍ବିତୀୟ କଂଟିଲୋରେ ଏବଂ ଗତକାଲି କୋସକା ପଂଚାୟତ ଅନ୍ତର୍ଗତ ଯୋଗିଯୋଗିଆଣୀ ବୌଦ୍ଧ ପୀଠରେ ଖଣ୍ଡପଡ଼ା ବ୍ଲକ୍ର ୨୨ଗୋଟି ପଂଚାୟତ ଓ ଏନ୍ଏସିରୁ ଶହ ଶହ ସଂଖ୍ୟାରେ ବିଜେଡି କର୍ମୀ ଏକାଠି ହୋଇ ବିଧାୟକ ଶ୍ରୀ ପଟ୍ଟନାୟକଙ୍କ ବିରୁଦ୍ଧରେ ବିଦେଶୀ ହଟାଓ ନାରାବାଜି କରିଛନ୍ତି ା ଶ୍ରୀ ପଟ୍ଟନାୟକଙ୍କୁ ବିଜେଡି କର୍ମୀ ଏଭଳି ଭାବେ ସମାଲୋଚନା କିବ କରିଛନ୍ତି ଯେ,ଯାହା ଆଗାମୀ ଦିନରେ ଗାଁରେ ଗାଁରେ ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ା

ମା,ମାଟି,ମାତୃଭାଷା ଓ ଖଣ୍ଡପଡ଼ା ବିକାଶର ନାରା ଦେଉଥିବା ଶ୍ରୀ ପଟ୍ଟନାୟକ ଖଣ୍ଡପଡ଼ାରେ କେତେ ବିକାଶ କରିଛନ୍ତି ବୋଲି ପ୍ରଶ୍ନ କରିବେ ବୋଲି କର୍ମୀ କହିଛନ୍ତି ା ସ୍ବଚ୍ଛ,ନିର୍ମଳ ଭାବମୂର୍ତ୍ତୀ,ବଳିଷ୍ଠ ନେତୃତ୍ବ ଏବଂ ଦକ୍ଷ ବ୍ୟକ୍ତିତ୍ବ ବୋଲାଉଥିବା ଯୁବ ମାନସର ପ୍ରତିକ ଶ୍ରୀ ପଟ୍ଟନାୟକ ଜଣେ କାଗଜ ବାଘ ବୋଲି ଲୋକେ ଏବେ ବୁଝିଲେଣି ା

ଶ୍ରୀ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାବାସୀ ରିୟଲ ଟାଇଗର ଭାବି ସମର୍ଥନ କରିବା ତାଙ୍କର ମସ୍ତବଡ଼ ଭୂଲ ଥିଲା ବୋଲି କର୍ମୀ କହିଥିଲେ ା ଖଣ୍ଡପଡ଼ାରେ ଚାଲିଥିବା ଏକଛତ୍ରବାଦ,ଅନ୍ୟାୟ,ଦୁର୍ନୀତିରେ ସ୍ବର ଉତ୍ତୋଳନ କରିବା ଏବଂ ମିଛୁଆ ,ଟାଉଟରଙ୍କ କବଳରୁ ଖଣ୍ଡପଡ଼ାକୁ ମୁକ୍ତ କରି ପାପର ପ୍ରାୟଶ୍ଚିତ କରିବାକୁ ସେମାନେ ସଂକଳ୍ପ ନେଇଥିଲେ ା ରାଜ୍ୟରେ ନିଜକୁ ଯୋଗ୍ୟ ବୋଲାଉଥିବା ଅଯୋଗ୍ୟ ବିଧାୟକଙ୍କୁ ଏଥର ଖଣ୍ଡପଡ଼ା ମନା ବୋଲି କର୍ମୀମାନେ ସମାବେଶରେ ରଣ ହୁଙ୍କାର ଦେଇଥିଲେ ା ଗାଁ ଗାଁରେ ଶ୍ରୀ ପଟ୍ଟନାୟକଙ୍କୁ ଅଣ୍ଡା-ଟମାଟୋ-ଗୋବର ମାଡ଼ ସହ କଳାପତାକା ପ୍ରଦର୍ଶନ କରାଯିବ ବୋଲି କର୍ମୀମାନେ ପ୍ରତିବାଦ କରିଥିଲେ ା

ଏହି ବିରୋଧୀ ସମାବେଶରେ ବରିଷ୍ଠ ନେତା ଅଖିଳ ମହାରଣା,ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବୈଜୟନ୍ତୀ ବାଳା ମହାନ୍ତି,ପୂର୍ବତନ ବ୍ଲକ୍‌ ବିଜେଡି ସଭାପତି ଚନ୍ଦ୍ରକାନ୍ତ ବଳିଆର ସିଂ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ସେଠୀ,ସରପଂଚ ନବ କିଶୋର ସାହୁ,ପୂର୍ବତନ ସରପଂଚ ସର୍ବେଶ୍ବର ସ୍ବାଇଁ,ପୂର୍ବତନ ସମିତି ସଭ୍ୟ ନାରାୟଣ ପ୍ରଧାନ,ସାମାନ୍ତ ବାହିନୀ ମୁଖ୍ୟ ରାମଚନ୍ଦ ବେହେରା,ପୂର୍ବତନ ସମିତି ସଭ୍ୟ ନାରାୟଣ ଜେନା,ପୂର୍ବତନ ସମିତି ସଭ୍ୟ ସୂର୍ଯ୍ୟ ନାରାୟଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ଆଗାମୀ ରଣନୀତି ସମ୍ପର୍କରେ ଆଲୋକପାତ କରିବା ସହ ବିଧାୟକଙ୍କ ବିରୁଦ୍ଧରେ ନବୀନ ନିବାସ ଯି‌ବେ ବୋଲି ଘୋଷଣା କରିଥିଲେ

Spread the love