-ବ୍ଲାକ୍ମେଲ୍ କରି ନେଇଛନ୍ତି ଲକ୍ଷାଧିକ ଟଙ୍କା
-ସବୁର ପ୍ରମାଣ ରଖିଛନ୍ତି ଲେଖିକା ବନସ୍ମିତା
-ମିଡିଆ ଓ ପୁଲିସକୁ ବ୍ୟବହାର କରି ଲେଖିକାଙ୍କୁ ବଦନାମ କରିଦେଲେ ମୌସୁମୀ
-ଥାନାର ଦ୍ୱାରସ୍ଥ ହେବେ,କୋଟିଏ ଟଙ୍କାର ମାନହାନି ମକଦ୍ଦମା କରିବେ ଲେଖିକା
-ନିଜର ଅନୈତିକ କାର୍ଯ୍ୟକୁ ଲେଖିକାଙ୍କ ମୁଣ୍ଡରେ ଲଦିଦେଲେ ମୌସୁମୀ
ଗତ କିଛି ଦିନ ହେବ,ଆପଣମାନେ ବିଭିନ୍ନ ଗଣମାଧ୍ୟମରେ ଅଭିନେତ୍ରୀ ମୌସୁମୀ ନାୟକ ଓ ଲେଖିକା ବନସ୍ମିତା ପତିଙ୍କ ଘଟଣାକୁ ନେଇ ଅନେକ କିଛି ଖବର ପ୍ରକାଶ ପାଇଥିବା ଦେଖିଥିବେ,ତେବେ ଏହି ଘଟଣା ପଛରେ ସତ୍ୟତା କଣ,ସମସ୍ତେ ଜାଣିବାକୁ ଅନାଇ ରହିଛନ୍ତି ।
ଗୋଟେ ପଟେ ଅଭିନେତ୍ରୀ ମୌସୁମୀ ନାୟକ ଚନ୍ଦକା ଥାନାରେ ମିଥ୍ୟା ମାମଲା କରି ଗଣମାଧ୍ୟମ ସାମ୍ନାକୁ ଆସି ଲେଖିକା ବନସ୍ମିତା ପତିଙ୍କ ନାମରେ ଅନେକ ବିଷୋଦଗାର ଆଣିଛନ୍ତି । କିନ୍ତୁ ଲେଖିକା ବନସ୍ମିତା ଗଣମାଧ୍ୟମ ଆଗରେ କିଛି ପ୍ରତିକ୍ରିୟା ନ ରଖି ସତ୍ୟର ଜୟ,ଧର୍ମର ଜୟ ହେବ ବୋଲି ନିଜ ଫେସବୁକ୍ରେ ଲେଖି ଜଣାଇଛନ୍ତି ।
ତେବେ ଘଟଣାଟି କଣ ? ଏହି ଘଟଣାରେ ଭାଇରାଲ୍ ହେଉଥିବା ଅଡିଅଟି କାହାର ? ଏଥିରେ କିଏ କାହାକୁ କଣ କହୁଛନ୍ତି ? ଲେଖିକା ବନସ୍ମିତାଙ୍କୁ କାହିଁକି ଧମକାଉଛନ୍ତି ମୌସୁମୀ ? ଏହିଭଳି ଅନେକ ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ତେବେ ଘଟଣା ପଛରେ ସତ୍ୟତା କଣ, ସେ ନେଇ ଆମ୍ଭେ ଲେଖିକା ବନସ୍ମିତା ପତିଙ୍କୁ ଯୋଗାଯୋଗ କରିଥିଲୁ,
ତାଙ୍କ କହିବା କଥା ହେଲା-କିଛି ଟଙ୍କା ପାଇଁ ବ୍ଲାକ୍ମେଲ୍ କରୁଥିଲେ ମୌସୁମୀ । ଏପରିକି ଟଙ୍କା ନଦେଲେ ପରିବାରର ସମସ୍ତ ସଦସ୍ୟଙ୍କୁ ମିଛ କଥା କହି ଘର ଭାଙ୍ଗିଦେବେ ବୋଲି ଧମକ ଦେଇଥିଲେ ଏବଂ ଯାହାର ଅଡିଓ ପ୍ରମାଣ ରହିଛି । କିନ୍ତୁ ଅଭିନେତ୍ରୀ ମୌସୁମୀ ନିଜେ ଦେଇଥିବା ଟଙ୍କା ପାଇବା ସତ୍ୱେ ମିଡିଆ ଆଗରେ ଆସି ସବୁ ମିଛ କଥା ବଖାଣିଥିଲେ ମୌସୁମୀ । ଲେଖିକାଙ୍କ କହିବା କଥା ହେଲା, ମୌସୁମୀ ଯେଉଁ ସବୁ ଅଭିଯୋଗ ଗଣମାଧ୍ୟମ ସାମ୍ନାରେ ରଖିଛନ୍ତି, ଯଦି ସେ ତାର ପ୍ରମାଣ ଦେଇ ଦେବେ,ତେବେ ସେ ସବୁଦିନ ପାଇଁ ତାଙ୍କର ଦାସତ୍ୱ ସ୍ୱିକାର କରିବେ ବୋଲି କହିଛନ୍ତି ।
କିନ୍ତୁ ସେ ନିଜେ ବିବାହ ନ କରି ଏତେ ବର୍ଷ ଧରି ଅନୈତିକ କାର୍ଯ୍ୟରେ ଲିପ୍ତ ରହିଥିବା ବେଳେ ଅନ୍ୟ ଜଣେ ତାର ସ୍ୱାମୀ,ଶାଶୁ,ଶ୍ୱଶୁର,ବନ୍ଧୁ ଓ ପରିଜନ ବର୍ଗଙ୍କ ସହ ରହୁଥିବା ବେଳେ ସେ କିପରି ତାଙ୍କ ନାମରେ ମିଥ୍ୟା ଅଭିଯୋଗ ଆଣି ଦୁନିଆ ସମ୍ମୁଖରେ ବଦନାମ କଲେ । ଏଥିସହ ଚନ୍ଦକା ଥାନାରେ ମିଥ୍ୟା ମାମଲା ରୁଜୁ ମଧ୍ୟ କରିଛନ୍ତି, ଯେଉଁଥିରେ କି ଚନ୍ଦକା ଥାନା କେବେ ବି ତାଙ୍କ ସହ ଯୋଗାଯୋଗ ମଧ୍ୟ କରି ନାହିଁ । ତେଣୁ ଏଭଳି ଜଣେ ଚରିତ୍ର ଓ ଝିଅ ସାଙ୍ଗ ହେବାର ଫଳ ତାଙ୍କୁ ଏଭଳି ବଡ଼ ଦଣ୍ଡ ଭୋଗିବାକୁ ପଡ଼ିଲା ବୋଲି ସେ କହିଛନ୍ତି ।
ବଡ଼ ବଡ଼ ଗଣମାଧ୍ୟମ ମଧ୍ୟ ମୌସୁମୀଙ୍କ ଅଭିଯୋଗକୁ ଆଧାର କରି ଲେଖିକାଙ୍କ ବିନା ମତାମତ ଓ ପ୍ରମାଣରେ କିଭଳି ତାଙ୍କର ଚରିତ୍ର ସଂହାର କଲେ ବୋଲି ପ୍ରଶ୍ନ ଉଠାଇଛନ୍ତି । ସେ ବର୍ତମାନ ଯେଉଁ ମାନସିକ ସ୍ଥିତି ଦେଇ ଗତି କରୁଛନ୍ତି ଏବଂ ସମାଜରେ ତାଙ୍କର ଯେଉଁଭଳି ଭାବେ ସାମାଜିକ ପ୍ରତିଷ୍ଠା କ୍ଷୁର୍ଣ୍ଣ ହେଲା, ପରିବାରରେ ସନେ୍ଦହ ସୃଷ୍ଟି ହୋଇଛି,ତାହାର କ୍ଷତିପୂରଣ କିଏ ଦେବ ବୋଲି ପ୍ରଶ୍ନ କରିଛନ୍ତି ।
ତେଣୁ ଏହାର ପ୍ରତିବାଦରେ ଲେଖିକା ବନସ୍ମିତା ପତି ଖୁବଶୀଘ୍ର ଭୁବନେଶ୍ୱର କମିଶନରେଟ ପୁଲିସ ନିକଟରେ ଅଭିଯୋଗ ଆଣିବା ସହ ଅଭିନେତ୍ରୀ ମୌସୁମୀ ନାୟକ ଓ ସମ୍ପୃକ୍ତ ଗଣମାଧ୍ୟମ ସଂସ୍ଥା ନାମରେ କୋଟିଏ ଟଙ୍କାର ମାନହାନି କରିବେ ବୋଲି ସୂଚନା ଦେଇ ଜଣାଇଛନ୍ତି ।
ଟଂକା ବଦଳରେ ‘ସାପ୍ତାହିକ ଗାର୍ଲଫ୍ରେଣ୍ଡ’ ସର୍ଭିସ୍ ଦିଅନ୍ତି ମୌସୁମୀ । ଲେଖିକାଂକୁ ଅନେକ ଧମକ ଚମକ ଦେବା ପରେ ମଧ୍ୟ ଲେଖିକା ଭୟଭିତ ହେଇନଥିଲେ ଓ ପୋଲିସର ସହାୟତା ନେଇଥିଲେ । ଫେକ୍ ଚାଟିଂଗ , ଯୋଜନାବଦ୍ଧ ଧମକ ଓ ଗଣମାଧ୍ୟମର ଭୟ ଦେଖାଇ ଅନେକଂକୁ ଲୁଟିଛନ୍ତି ମୌସୁମୀ, ଯାହାର ସ୍ପଷ୍ଟ ପ୍ରମାଣ ସମସ୍ତ ଲୋକପ୍ରିୟ ଗଣମାଧ୍ୟମଂକୁ ହସ୍ତାନ୍ତର କରାଯାଇଅଛି ।
ନିଜକୁ ସେଲିବ୍ରିଟୀ କହି ସମ୍ଭ୍ରାନ୍ତ ପରିବାର ମାନଂକରେ ଏକତରଫା ମିଳାମିଶା ଓ ପରେ ଟଂକା ପାଇଁ ବ୍ଲାକମେଲିଂ ମୌସୁମୀଂକର ଅନେକ ଅନୈତିକ ପେଶା ମଧ୍ୟରୁ ଅନ୍ୟତମ । ଏ ସବୁର ଭଏସକ୍ଲିପ ଲେଖିକା ତଥା ଅନ୍ୟ ପିଡିତ ଓ ପିଡିତାମାନେ ଗଣମାଧ୍ୟମକୁ ହସ୍ତାନ୍ତର କରିଛନ୍ତି ।
ଅଡିଓ କ୍ଲିପ୍ରେ ରହିଥିବା ବାର୍ତାଳପର କିଛି ଅଂଶ,ଯାହା ବିଭିନ୍ନ ଗଣମାଧ୍ୟମରେ ଭାଇରାଲ୍ ହେଉଛି
1: ଖଣ୍ଡଗିରି ଥାନା ରେ ମୌସୁମୀ କରିଥିବା ଅଭିଯୋଗ ଭିତ୍ତିହୀନ । ଲେଖିକା କୌଣସି ପ୍ରକାରର ଧମକ ଦେଇ ନାହାନ୍ତି । ଥାନା ରେ ମୌସୁମୀ ଯେଉଁ ସ୍କ୍ରିନସଟ୍ ଦାଖିଲ କରିଛନ୍ତି , ତାହା ଲେଖିକା ବନସ୍ମିତା ନୁହେଁ , ବରଂ ଆଉ ଜଣେ ମହିଳାଂକର। ଜନୈକ ମହିଳା ମଧ୍ୟ ମୌସୁମୀଂକର ବ୍ଲାକମେଲିଂଗ ର ଶିକାର ହେଇଥିଲେ ।
2: ଦେୟ ବହିର୍ଭୁତ ଟଂକା ଦାବି କରିଥିଲେ ମୌସୁମୀ । ଟଂକା ଦେବାକୁ ମନା କରିବାରୁ ସମାଜରେ ଓ ପରିବାରରେ ବଦନାମ କରିବାକୁ ଲେଖିକାଂକୁ ମୌସୁମୀ ଧମକ ଭରା ଭଏସ୍ ପଠେଇଥିଲେ ।
3: ମୌସୁମୀ ଅବିବାହିତା ଓ ଅନେକ ଥର ଭୃଣ ହତ୍ୟା କରିଛନ୍ତି , ନିଜେ ସ୍ୱିକାର କରିଥିବା ରେକର୍ଡିଂଗ ଗଣମାଧ୍ୟମର ହସ୍ତାଗତ ହୋଇଛି ।
4: ଦିର୍ଘ ଦୁଇ ଦସନ୍ଧିରୁ ଉର୍ଧ୍ୱକାଳ ଧରି ଅନୈତିକ ଉପାୟରେ ଅର୍ଥ ରୋଜଗାର କରୁଥିବା ଅଭିନେତ୍ରୀ ମୌସୁମୀ ଟଂକା ହଡପ କରିବା ପାଇଁ କେବଳ ଲେଖିକା ବନସ୍ମିତା ନୁହେଁ, ବରଂ ଏକାଧିକ ପୁରୁଷ ତଥା ମହିଳାଂକୁ ବଦନାମ କରିବାକୁ ଷଡଜନ୍ତ୍ର କରୁଥିବା ଅଡିଓ କ୍ଲିପ ଗଣମାଧ୍ୟମର ହସ୍ତଗତ ହୋଇଛି ।
5: ଟଂକା ନଦେଲେ ତାଂକ ସହିତ ଅନୈତିକ କାର୍ଯ୍ୟକଳାପରେ ଲିପ୍ତଥିବା ପୁରୁଷ ବନ୍ଧୁ ମାନଂକୁ ଘର ଭାଂଗିବା ତଥା ବଦନାମ କରିବାକୁ ପଛେଇ ନାହାନ୍ତି ମୌସୁମୀ ।
6: ଖଣ୍ଡଗିରି ଥାନା ରେ ଦାଖିଲ ହେଇଥିବା ସ୍କ୍ରିନସର୍ଟ ର ତଦନ୍ତ କରାଯାଉ । ତାହା ଲେଖିକା ନୁହେଁ ବରଂ ମୌସୁମୀଂକ ଦ୍ୱାରା ପିଡିତା ଅନ୍ୟଜଣେ ସମ୍ଭ୍ରାନ୍ତ ମହିଳାଂକର । ତେବେ FIR ସମ୍ପୁର୍ଣ ଭିତ୍ତିହୀନ । ଲୋକପ୍ରୀୟ ଗଣମାଧ୍ୟମ ମାନଂକୁ ମିଛ ପ୍ରମାଣ ମୌସୁମୀଂକର ଦେଇ ଭୁଆଁ ବୁଲେଇବାର ପ୍ରୟାସ ନିନ୍ଦନିୟ ଓ ଅକ୍ଷମଣିୟ ।
7: ଦେୟ ବହିର୍ଭୁତ ଟଂକା ଆକାଉଣ୍ଟ ଟ୍ରାନଜାକସନ ମାଧ୍ୟମରେ ନେଇଛନ୍ତି ମୌସୁମୀ । କ୍ୟାସ ଆକାରରେ ନେଇଥିବା ଟଂକା କୁ ସିଏ ସେଲିବ୍ରିଟି ବକ୍ସିସ୍ ର ନାଁ ଦିଅନ୍ତି । ପ୍ରଥମେ ପ୍ରତିପତ୍ତିଶାଳୀ ଲୋକ ମାନଂକ ସହ ଜବରଦସ୍ତି ବନ୍ଧୁତା ଓ ତା ପରେ ଟଂକା ଓ ଗିଫ୍ଟ ନ ଦେଲେ ବଦନାମ କରିବାର ଧମକ , ଥରେ ନୁହେଁ ଅନେକ ଥର ଅନେକ ଲୋକଂକ ସହିତ କରିଛନ୍ତି ମୌସୁମୀ ।
8: ବିଗତ ଦଶବର୍ଷ ଧରି କେଉଁ କାର୍ଯ୍ୟ ରେ ଲିପ୍ତ ଅଛନ୍ତି ମୌସୁମୀ ? ଟଂକା ଆଣନ୍ତି କେଉଁଠାରୁ ? ରୋଜଗାରର ପନ୍ଥା କ’ଣ ? ଦୁବାଇ କୋଲକାତା ବଂବେ ରେ କେଉଁ କାର୍ଯ୍ୟ ରେ ଲିପ୍ତ ରୁହନ୍ତି ମୌସୁମୀ ? ନେପାଳ ହୋଟେଲ ରେ ପ୍ରାପ୍ତବୟସ୍କ ପୁରୁଷ ବନ୍ଧୁଂକ ସହ ଟଂକା ବିନିମୟ ରେ ସମ୍ବନ୍ଧ ରଖିଥିବା ର ନିଜେ ମାନିଛନ୍ତି ମୌସୁମୀ ।
9: ଲେଖିକା ବନସ୍ମିତାଂକ ବିରୁଦ୍ଧରେ FIR ଓ ଗଣମାଧ୍ୟମରେ ଅପପ୍ରଚାର ର ପଛରେ ଦାଖିଲ ହେଇଥିବା ମିଛ ପ୍ରମାଣ ପତ୍ର ର ସମସ୍ତ ବିବରଣୀ ଲେଖିକା ଗଣମାଧ୍ୟମ କୁ ହସ୍ତାନ୍ତର କରିଛନ୍ତି । ଟଂକା ପାଇଁ ବ୍ଲାକମେଲିଂ ଓ ଟଂକା ନେଇ ସାରିବା ପରେ ମଧ୍ୟ ଗଣମାଧ୍ୟମର ଦୁରୁପଯୋଗ କରି ଅପପ୍ରଚାର କରିଛନ୍ତି ନିଜକୁ ବିଶ୍ୱବିଖ୍ୟାତ ଅଭିନେତ୍ରୀର ପରିଚୟ ଦେଉଥିବା ମୌସୁମୀ ନାୟକ ।
ଲେଖିକା ବନସ୍ମିତା ପତିଙ୍କ ସମ୍ପର୍କରେ କିଛି :
ବନସ୍ମିତା ପତି (ମାୟା) , ସମକାଳୀନ ଓଡିଆ ଓ ଇଂରାଜୀ ସାହିତ୍ୟର ଏକ ନୂତନ ନାମ , ଯିଏ ଉନ୍ମୁକ୍ତ ଶବ୍ଦମାନଂକ ମାଧ୍ୟମରେ ମନୁଷ୍ୟତାର ମୂଲ୍ୟବୋଧକୁ ଉପଜୀବ୍ୟ କରି ସାମାଜିକତା ର ପ୍ରତି ଏକ ଦିଗ ସହିତ ପାଠକର ପରିଚୟ କରାଉଛନ୍ତି ।
ସ୍ୱାଧିନତା ସଂଗ୍ରାମୀ ସ୍ୱର୍ଗତ ସୁରେନ୍ଦ୍ରନାଥ ତ୍ରିପାଠୀଂକ ବଂଶରେ ଜନ୍ମିତା ବନସ୍ମିତାଂକ ଜନ୍ମ ଏକ ମଧ୍ୟବିତ୍ତ ପରିବାରରେ ହୋଇଥିଲା । ମାତା ସରକାରୀ ଶିକ୍ଷୟତ୍ରୀ ଓ ପିତା ସୀମା ସୁରକ୍ଷା ବଳ ର ଅବସରପ୍ରାପ୍ତ ଅଧିକାରୀଂକ ସୁକନ୍ୟା ଓ ରାଷ୍ଟ୍ରପତି ସମ୍ମାନରେ ସମ୍ମାନୀତ ଲେଖକ ଡ. ଗୋପିନାଥ ମୋହାପାତ୍ରଂକ ବଂଶବଧୂ ଲେଖିକା ବନସ୍ମିତା ବୈଶୟିକ ସ୍ନାତକୋତ୍ତର ଶିକ୍ଷା ହାସଲ କରିଛନ୍ତି ।
କଳା ଓ ସାହିତ୍ୟ ପ୍ରତି ରୁଚି ଥିବାରୁ ବନସ୍ମିତା ୨୦୨୦ ରେ ଇଂରାଜୀ ସାହିତ୍ୟରେ ତାଂକର ପ୍ରଥମ ପୁସ୍ତକ ଓ ୨୦୨୧ ପେ ଦ୍ୱିତୀୟ ପୁସ୍ତକ ରଚନା କଲେ ।ଇଂରାଜୀ ସାହିତ୍ୟରେ ବିଶ୍ୱ ସ୍ତରୀୟ ଆଦୃତ ‘JOURNEY TO THE ISLAND OF DOLLS’ ଓ ‘THE IVORY MAN’ ପୁସ୍ତକ ଦ୍ୱୟ ରଚନା କରି ବନସ୍ମିତା ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି । ଇଂରାଜୀ ଭାଷାବିତ୍ ମାନଂକ ଦ୍ୱାରା ସମ୍ମାନିତା ବନସ୍ମିତା ଅନେକ ସମ୍ମାନ ଓ ମାନପତ୍ର ରେ ଆଦୃତା ହେବା ପରେ ନିଜ ଲେଖନୀ ବଳରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସମର୍ଥ ହୋଇଛନ୍ତି ।
ନାଲନ୍ଦା ପବ୍ଲିକେସନ ଦ୍ୱାରା ପାଠକ ମାନଂକ ପାଖକୁ ଆସିଥିବା ବନସ୍ମିତାଂକ ତୃତିୟ ପୁସ୍ତକ ନବସମାଜକୁ ଦିଗଦର୍ଶନ ଦେଇପାରିବାର କ୍ଷମତା ରଖୁଛି । ‘ଅଗ୍ନିପରୀକ୍ଷା’ କାବ୍ୟସଂକଳନ ପୁସ୍ତକଟି ପ୍ରଥମ ଥର ଓଡିଆ ଭାଷାରେ ରାମାୟଣର ଏମିତି ଏକ ଦିଗ ଉପରେ ଦୃଷ୍ଟିପାତ କରିଛି , ଯାହା ମାନବ ସମାଜର ଭିନ୍ନ ଏକ ଅବସ୍ଥିତି, ଚିନ୍ତା, ଚେତନା କୁ ଏକରକମ ବାଧ୍ୟ କରେ ପୁଣିଥରେ ରାମାୟଣ ମହାକାବ୍ୟ ପଢିବାକୁ, ଶୁଣିବାକୁ, ବୁଝିବାକୁ ଓ ତର୍କ କରିବାକୁ ।
ସମାଜରେ ଓଡିଆ ସାହିତ୍ୟର ଏ ଦୋଦୁଲ୍ୟମାନ ସମୟ ଯେବେ ଯୁବପିଢି ସାହିତ୍ୟ ଠାରୁ ଦୁରେଇ ଯାଉଛନ୍ତି, ସାହିତ୍ୟିକା ତଥା ଲେଖିକା ବନସ୍ମିତା ଯେ ପରିବର୍ତ୍ତନର ଏକ ଅୟମାରମ୍ଭ କହିଲେ ଅତ୍ୟୁକ୍ତି ହେବନାହିଁ । ଓଡିଆ ଭାଷା ସାହିତ୍ୟକୁ ଜୀବିତ ରଖିବାର ସ୍ୱପ୍ନ ନେଇ ନିରନ୍ତର ପ୍ରଚେଷ୍ଟିତା ବନସ୍ମିତା ଇଂରାଜୀ ଓ ଓଡିଆ ସାହିତ୍ୟରେ ରଚିତ ଉନ୍ନତ ପୁସ୍ତକ ମାନଂକ ଠାରୁ ପ୍ରେରଣା ପାଆନ୍ତି ।
ବାଲ୍ମିକିକୃତ ରାମାୟଣ ବନସ୍ମିତାଂକ ପ୍ରିୟ ପୁସ୍ତକ ମାନଂକ ମଧ୍ୟରୁ ସବୁ ଠାରୁ ଅଗ୍ରଗଣ୍ୟ। ତାଂକ ମତରେ ରାମାୟଣର ପଠନ ମନୁଷ୍ୟକୁ ମନୁଷ୍ୟତର କରିଥାଏ । ତାଂକ ଲିଖିତ ‘ଅଗ୍ନିପରୀକ୍ଷା’ ଏପରି ଏକ ପୁସ୍ତକ ଯାହା କୁ ପ୍ରତ୍ୟେକ ବର୍ଗର, ପ୍ରତ୍ୟେକ ଶ୍ରେଣୀର ପାଠକ ପଢିବା ଉଚିତ୍ ହେବ । ସଠିକ୍ ଓ ଅସଠିକ୍ ର ମଧ୍ୟବର୍ତ୍ତୀ ଶବ୍ଦ ମାନଂକର ସମ୍ମିଳିତ ପ୍ରୟ୍ୟାସରେ ବନସ୍ମିତା ତାଂକ ଲେଖନୀର ମର୍ଯ୍ୟାଦା ରଖିଛନ୍ତି । ଓଡିଆ ଭାଷା ସାହିତ୍ୟକୁ ଜୀବିତ ଓ ଉନ୍ନତ ରଖିବାର ବନସ୍ମିତାଂକର ଏ ପ୍ରୟାସ ଆଦରଯୋଗ୍ୟ ।
More Stories
୨ଟି ରାଜ୍ୟର ଅଧ୍ୟକ୍ଷ ଓ ୬ଟି ରାଜ୍ୟର ପ୍ରଭାରୀ ନିଯୁକ୍ତ କଲା ବିଜେପି
କୌଣସି ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିବା ନାହିଁ ବିଜେଡି
ଜୁନ ୨୫କୁ କଳା ଦିବସ ପାଳନ କରିବ ବିଜେପି