
ଭୁବନେଶ୍ୱର: ପୋଲିସ ଚାକିରି କରିବାକୁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ୪୭୭ଟି ପୋଲିସ ଏସ୍.ଆଇ ପଦବୀ ପୂରଣ ପାଇଁ ଓଡ଼ିଶା ପୋଲିସ ଆରମ୍ଭ କରିଛି ପ୍ରକ୍ରିୟା। ଏଥିପାଇଁ ଅନଲାଇନ୍ରେ ଆବେଦନପତ୍ର ଆହ୍ୱାନ କରାଯାଇଛି। ଆଜିଠୁ ଏହି ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆସନ୍ତା ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
ଅଗଷ୍ଟ ୬ରୁ ୧୬ ମଧ୍ୟରେ କମ୍ପ୍ୟୁଟର ବେସ୍ଡ ଲିଖିତ ପରୀକ୍ଷା କରାଯିବ। ୨ଟି ପେପର ବିଶିଷ୍ଟ କେବଳ ସଂକ୍ଷିପ୍ତ ଉତ୍ତରମୂଳକ ପରୀକ୍ଷା ହେବ। SI ନିଯୁକ୍ତି ପରୀକ୍ଷାରେ ଭିଭାଭୋସ୍ ହେବନି କହିଲେ ଏଡିଜି ଜେଠୱା।
ସବ୍ଇନ୍ସପେକ୍ଟର ପଦବୀ ପାଇଁ ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୨୧ ବର୍ଷରୁ କମ୍ ହୋଇନଥିବ କି ୧.୧.୨୦୨୧ ସୁଦ୍ଧା ୨୫ ବର୍ଷରୁ ଅଧିକ ହୋଇନଥିବ। ତେବେ ଏସ୍ଟି, ଏସ୍ସି, ଏସ୍ଇବିସି ଓ ମହିଳା ପ୍ରାର୍ଥୀଙ୍କ ପାଇଁ ବୟସ ୫ ବର୍ଷ କୋହଳ ରହିଛି।
ଏହି ପଦବୀରେ ପ୍ରଥମଥର ଲାଗି କିନ୍ନରଙ୍କୁ ସାମିଲ କରାଯାଇଛି । କିନ୍ନରମାନେ ପୋଲିସ ସବ୍ଇନ୍ସପେକ୍ଟର ପଦବୀ ପାଇଁ ଆବେଦନ କରିପାରିବେ । ଏସ୍.ଆଇ ପଦବୀରେ କିନ୍ନରଙ୍କୁ ସୁଯୋଗ ଦେବାରେ ତାମିଲନାଡୁ ପରେ ଓଡ଼ିଶା ହେଉଛି ଦ୍ୱିତୀୟ ରାଜ୍ୟ। ଦୀର୍ଘ ୨୭ ବର୍ଷ ପରେ ଓଡ଼ିଶା ପୋଲିସ ରିକ୍ରୁଟମେଣ୍ଟ ବୋର୍ଡ ସବଇନ୍ସପେକ୍ଟର ନିଯୁକ୍ତି ପ୍ରକ୍ରିୟାକୁ ପରିଚାଳନା କରୁଛି । ପୂର୍ବରୁ ଏହାକୁ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ କରୁଥିଲା।
ସୂଚନାଥାଉ କି, ଜୁନ୍ ୧୨ ତାରିଖରେ ପୋଲିସ ଡିଜି ଅଭୟ ୪୭୭ଟି ସବ୍ ଇନ୍ସପେକ୍ଟର ଓ ୨୪୪ଟି କନଷ୍ଟେବଲ(କମ୍ୟୁନିକେସନ୍) ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ଏ ନେଇ ସୂଚନା ଦେଇଥିଲେ। ଯୋଗ୍ୟ ପ୍ରାର୍ଥୀମାନେ ଜୁଲାଇ ୧୫ ସୁଦ୍ଧା ଆବେଦନ କରିପାରିବେ ବୋଲି କହିଥିଲେ।
ସବ୍ ଇନ୍ସପେକ୍ଟର ପଦବୀ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖାଯାଇଛି। ଚଳିତବର୍ଷ ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି। ଚଳିତବର୍ଷ ୩ଟି ପର୍ଯ୍ୟାୟରେ ପରୀକ୍ଷା ହେବ ବୋଲି ପୋଲିସ ଡିଜି କହିଛନ୍ତି।
More Stories
ପଣ୍ଡିତ ଦୀନଦୟାଲଜୀଙ୍କ ୫୭ତମ ପୂଣ୍ୟତିଥି ତଥା ସମର୍ପଣ ଦିବସ
ବିଜେଡି ବିଧାୟକ ଦଳ ବୈଠକ ଅନୁଷ୍ଠିତ
ଲେଡି ଡନ୍ ରମା ସହ ନିଲୁ ନାୟକ ଏବଂ ସୁଶୀଲ ଫେରାର୍ ୩ ଜଣଙ୍କୁ ଧରିବା ପାଇଁ ପୋଲିସର ଛାନଭିନ୍