March 10, 2026

ପୁଣି ଆତ୍ମହତ୍ୟା ଉଦ୍ୟମ କଲେ ପ୍ରଦୀପ ସେଠୀ

ଭୁବନେଶ୍ୱର,୨୨/୧: ଝାରପଡା ଜେଲରେ ଥିବା ଅର୍ଥତତ୍ତ୍ୱ ଚିଟଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ପୁଣି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ବାଥରୁମ୍ କବାଟ ବନ୍ଦ କରି ଇନଭଟର ତାରରେ ଆତ୍ମହତ୍ୟା କରିବାକୁ ଉଦ୍ୟାମ କରୁଥିବାବେଳେ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ପ୍ରଦୀପଙ୍କୁ କଟକସ୍ଥିତ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ଏସସିବିର ମାନସିକ ରୋଗ ବିଭାଗକୁ ତାଙ୍କୁ ପଠାଯାଇଥିବା ସୂଚନା ମିଳିଛି। ତେବେ ଏହାକୁ ମିଶାଇ ସେ ୩ ଥର ଆତ୍ମହତ୍ୟା ଉଦ୍ୟମ କଲେଣି।

Spread the love