April 18, 2025

୨ ଦିନ ଯାଏ ବର୍ଷା: ୫ରୁ ଜାଡ

ଭୁବନେଶ୍ୱର,୩/୧: ଶୀତ ଲହରି ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି। ବର୍ଷାକୁ ନେଇ ୧୧ ଜିଲ୍ଲାକୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଅନ୍ୟ ଅଞ୍ଚଳରେ ଶୁକ୍ରବାର ସକାଳେ ଝିପିଝିପି ବର୍ଷା ହୋଇଛି। ଅନ୍ୟପଟେ କଟକ, ମୟୂରଭଞ୍ଜ, ଭଦ୍ରକ ଏବଂ ଢ଼େଙ୍କାନାଳର କେତେକ ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ରହିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିବା ସହ କୂଆପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି। ରାଜସ୍ଥାନରୁ ଛତିଶଗଡ ଉପର ଦେଇ ଯାଇଥିବା ଟ୍ରପଲାଇନ ପ୍ରଭାବରେ ଏହି ବର୍ଷା ହେଉଥିବା ସୂଚନା ମିଳିଛି। ଅପରପକ୍ଷରେ ପାଗ ମେଘୁଆ ରହିବା ଯୋଗୁଁ ତାପମାତ୍ର ସାମାନ୍ୟ ବୃଦ୍ଧି ପାଇବା ସହ ଥଣ୍ଡା ଟିକେ କମ୍ ରହିବ। ହେଲେ ବର୍ଷା ଛାଡ଼ିଗଲା ପରେ ଆସନ୍ତା ୫ ତାରିଖରୁ ଥଣ୍ଡା ପୁଣି ବଢ଼ିବାର ସମ୍ଭାବନା ରହିଛି।

Spread the love