January 24, 2026

SBI ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ, ତଦନ୍ତ କରୁଛି ପୋଲିସ

 

ପାଟଣା ୬।୯: ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍ ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ । କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ କଡ ସାହୁ କମ୍ପ୍ଲେକ୍ସରେ ଥିବା ଏସବିଆଇ ଏଟିଏମ୍ କୁ ଭାଙ୍ଗି ଲୁଟ୍ ଉଦ୍ୟମ ହୋଇଛି। ରବିବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଏଟିଏମକୁ ଭାଙ୍ଗି ଲୁଟ୍ ଉଦ୍ୟମ କରିଛନ୍ତି। ସୋମବାର ସକାଳୁ କିଛି ଲୋକ ଏଟିଏମକୁ ଟଙ୍କା ଉଠାଇବାକୁ ଆସିଥିବା ସମୟରେ ଏଟିଏମ୍ ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ । ଖବର ପାଇ ଘଟଣାସ୍ଥଳରେ ତୁରୁମୁଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏଟିଏମରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ ତାହାର ତଦନ୍ତ କରୁଛି ପୋଲିସ ।

Spread the love